ଜାତୀୟ ସେବା ଯୋଜନା ପକ୍ଷରୁ ପ୍ରଶିକ୍ଷଣ ଶିବିର

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ପିପୁଲସ କଲେଜ ରେ ଜୁନ ୨୮ ତାରିଖ ଦିନ ” ମୋ କଲେଜ ଅଭିଯାନ ” ମାଧ୍ୟମରେ ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ-୨ ପକ୍ଷରୁ ପ୍ରଶିକ୍ଷଣ ଶିବିର ଏନଏସଏସ ଅଧିକାରୀ ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଇଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଅଧ୍ୟାପକ ଡ଼ଃ ପ୍ରଦୀପ କୁମାର ଦାଶ, ଏନସିସି ଅଧିକାରୀ ଅଧ୍ୟାପକ ଅଜୟ କୁମାର ସାହୁ, ଓ ମୁଖ୍ୟ କିରାଣୀ କିଶୋର ଚନ୍ଦ୍ର ନାୟକ ଯୋଗଦେଇ ସ୍ବେଚ୍ଛାସେବୀ ବୃନ୍ଦଙ୍କୁ ଉତ୍ସାହିତ କରିଥିଲେ। ” ମୋ କଲେଜ ଅଭିଯାନ ” ର ସଂଯୋଜକ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଜୀବନ ବିଷୟ ସହ ବର୍ତ୍ତମାନର ଓ ପୁରାତନ ଛାତ୍ରଛାତ୍ରୀଙ୍କ କଲେଜ ପ୍ରତି ସମ୍ପର୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏନଏସଏସ ଅଧିକାରୀ ଅଧ୍ୟାପକ ଶ୍ରୀ ପୋଲାଇ ନିଜର ସେବା ତାଲିମ ଶିବିରର ଅନୁଭୂତି ପ୍ରକାଶ କରିବା ସହ ଜାତୀୟ ସେବା ଯୋଜନା ର ସଫଳ ରୂପାୟନ ଛାତ୍ରଛାତ୍ରୀଙ୍କ ଦ୍ଵାରା ସମ୍ଭବ ବୋଲି ପ୍ରକାଶ କରିଥିଲେ। ଏହି ଶିବିରରେ ଏନଏସଏସ ର ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ବୃନ୍ଦ ତାଲିମ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ