ଜାତୀୟ ସେବା ଯୋଜନା ପକ୍ଷରୁ ପରାକ୍ରମ ଦିବସ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମ ଜୟନ୍ତୀ ତଥା ପରାକ୍ରମ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଉପାଧ୍ୟକ୍ଷ ଶିଶିରକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ଅଜୟ କୁମାର ଦାସ, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ମନୋରଞ୍ଜନ ତ୍ରିପାଠୀ ଓ ସମାଜସେବୀ ଶ୍ରୀଧର କୁମାର ମହାନ୍ତି ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମହାବିଦ୍ୟାଳୟରେ ଏକ ବକ୍ତୃତା ଓ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଭୟ ପ୍ରତିଯୋଗିତାରେ ମୀରା ମୈାସୁମୀ ଜେନା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବକ୍ତୃତାରେ ଶଶୀ ପ୍ରସାଦ ମହାରଣା ଦ୍ୱିତୀୟ ଓ ଲୋପିତା ପଲାଇ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସଂଗୀତରେ ସୁଧାରାଣୀ ସାହୁ ଦ୍ୱିତୀୟ ଓ ମନିଷା ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏତଦବ୍ୟତିତ ଏହି କାର୍ଯ୍ୟକ୍ରମରେ ସ୍ୱେଛାସେବୀ ରାଜେନ୍ଦ୍ର ଲେଙ୍କା, ସେହେନାଜ ପରୱିନ, ହୀରାମଣି ପ୍ରଧାନ, ବିଶ୍ୱରୂପା ବିଶ୍ୱାଳ, ବର୍ଷାରାଣୀ ସାହୁ, ପ୍ରଭାତ ବେହେରା, ମନୋରଞ୍ଜନ ବେହେରା, ନିଶିକାନ୍ତ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ । ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ମୃତ୍ୟୁଞ୍ଜୟ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।