ଜାତୀୟ ସେବା ଯୋଜନା ଶିବିର ଉଦ୍ଯାପିତ
ନାଉଗାଁ,:ନାଉଗାଁ ବ୍ଳକ ଗଂଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ସାତ ଦିନ ବ୍ୟାପୀ ଅନୁଷ୍ଠିତ ସ୍ୱତନ୍ତ୍ର ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି । ଏହି ଶିବିରରେ ଜାତୀୟ ସେବା ଯୋଜନାର ପୂର୍ବତନ ତାଲିମ ସଂଯୋଜକ ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁ ଯୋଗ ଦେଇ ଛାତ୍ରଛାତ୍ରୀମାନେ ସମାଜର ଦର୍ପଣ, ସେମାନଙ୍କ ସେବା ମାଧ୍ୟମରେ ଉତମ ସମାଜ ଗଠନ କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଓୟୁଏଟିର ଭୁବନେଶ୍ୱରସ୍ଥିତ ଏନଏସଏସ ତାଲିମ ସହାୟକ ଲିଙ୍ଗରାଜ ସାହୁ ଯୋଗ ଦେଇ ଶିବିରାର୍ଥୀକୁ ଏନଏସଏସ ଲକ୍ଷ୍ୟ ଓ ଉର୍ଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ,ସାମାଜିକ ଦାୟିତ୍ୱବୋଧ,ନିଶା ନିବାରଣ,ଡେଙ୍ଗୁ,ଏଡସ୍, ମ୍ୟାଲେରିଆ ଆଦି ରୋଗର କାରଣ ଓ ନିରାକରଣ ସଂର୍ପକରେ ସଚେତନ କରାଇଥିଲେ । ଏହି ଶିବିରରେ ବିଦ୍ୟାଳୟର ଅଧ୍ୟକ୍ଷ ଅଧିକାରୀ ଲେଙ୍କା,ଯୁବ ରେଡକ୍ରସ ସଂଯୋଜକ ଅଧ୍ୟାପକ ଧିରେନ କୁମାର ପତି, ପୂର୍ବତନ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡଃ.ନିରଂଜନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଶିବିର ଲକ୍ଷ୍ୟ ଓ ଉର୍ଦ୍ଦେଶ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଶିବିରକୁ ବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ପ୍ରତାପ କୁମାର ମିଶ୍ର ପରିଚାଳନା କରୁଥିବା ବେଳେ ରିତେଶ ନାୟକ ସହଯୋଗ କରୁଥିଲେ । ପ୍ରକାଶ ଥାଉକି ଏହି ଶିବିରରେ ୨୫ ଜଣ ଶିବିରାର୍ଥୀ ଯୋଗ ଦେଇଥିବା ବେଳେ ଗାରୋଇ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ନିଆଯାଇଥିଲା ।