ଜାତୀୟ ସେବା ସଂସ୍ଥା ଶିବିର ଉଦଯାପିତ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ଛତ୍ରପୁର ସ୍ଥିତ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ତରଫରୁ ପୋଷ୍ୟ ଗ୍ରାମ ସିନ୍ଦୁରାପଲ୍ଲୀ ଠାରେ ଗତ ୨୧ ତାରିଖଠାରୁ ଆରମ୍ଭ ହୋଇଥିବା ଜାତୀୟ ସେବା ସଂସ୍ଥା ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର କୁମାର ଦାସ ଉଦଘାଟନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପୂର୍ବତନ ଜାତୀୟ ସେବା ସଂସ୍ଥା ପ୍ରୋଗ୍ରାମ ଅଫିସର ସୂର୍ଯ୍ୟ ନାରାୟଣ ଡାକୁଆ ଓ ଡଃ.ପ୍ରଦୀପ କୁମାର ପଣ୍ଡା ଯୋଗ ଦେଇ ନିଜର ପୂର୍ବ ଅନୂଭୂତି ସଂପର୍କରେ କହିଥିଲେ । ବିଭିନ୍ନ ଦିବସରେ ସ୍ୱଚ୍ଛ ଭାରତ ଅଭିଯାନ,ଏଡସ ସଚେତନତା,ନାରୀ ଶିକ୍ଷାର ପ୍ରସାର,ବୃକ୍ଷ ରୋପଣ, ମାଲେରିଆ ନିରାକରଣ ପ୍ରଭୃତି ଉପରେ କାର୍ଯ୍ୟକ୍ରମ କରାଯାଇଥିଲା । ରାମଚନ୍ଦ୍ର ପୋଇଙ୍କ ନେତୃତ୍ୱରେ ୨୫ ଜଣ ଶିବିରାର୍ଥୀ ଯୋଗ ଦେଇଥିଲେ । ଉଦଯାପନୀ ଦିବସରେ ଶିବିରାର୍ଥୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।

ଋିପୋର୍ଟ : ଦେବଦତ୍ତ ମହାରଣା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ