ଜାତୀୟ ସ୍ତରରେ ପୁରସ୍କୃତ ନୃତ୍ୟମ୍ ଅନୁଷ୍ଠାନର ଛାତ୍ରୀ ସ୍ମୃତି ପ୍ରଜ୍ଞା ପାଠୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୈାରାଞ୍ଚଳର ନୃତ୍ୟ କଳା ଗବେଷଣା କେନ୍ଦ୍ର ଆଜି ଜାତୀୟ ସ୍ତର ରେ ପ୍ରସଂସା ସାଉଁଟି ପାରିଛି। ଭୁବନେଶ୍ୱର ଠାରେ ଅନୁଷ୍ଠିତ ଭାରତୀୟ ଶ୍ରେଷ୍ଠ କଳାକାର ଅନଲାଇନ୍ ନୃତ୍ୟ ପ୍ରତିଯୋଗିତା ରେ ନୃତ୍ୟମ୍ ଅନୁଷ୍ଠାନ ର ଛାତ୍ରୀ ସ୍ମୃତି ପ୍ରଜ୍ଞା ପାଠୀ ଜୁରି ମାନକୁ ନିଜର କଳା ମାଧ୍ୟମରେ ବାନ୍ଧି ପାରିଥିଲେ ଏବଂ ଜୁରି ଆୱାର୍ଡ ପ୍ରାପ୍ତ କରି ଥିଲେ ସେମି ଫାଇନାଲ ରାଉଣ୍ଡ ରେ କ୍ଲାସିକାଲ ନୃତ୍ୟ କରି ଫାଇନାଲ ରାଉଣ୍ଡ ରେ ପହଞ୍ଚି ପାରିଥିଲେ ଏବଂ ଫାଇନାଲ ରାଉଣ୍ଡରେ ରୋବୋଟ୍ ନୃତ୍ୟ କରି ଜୁରୀ ମାନଙ୍କ ମନ ମୁଗ୍ଧ କରି ପାରିଥିଲେ । ନୃତ୍ୟ କ୍ଷେତ୍ରରେ ନିଜର ସାଧନା ବଳରେ ଆଜି ନୃତ୍ୟମ୍ କଳା ଗବେଷଣା କେନ୍ଦ୍ର ଜାତୀୟ ସ୍ତର ରେ ପ୍ରଶଂସା ସାଉଁଟି ପାରିଛି । ସେ ନିଜ ସଫଳତା ପାଇଁ ନିଜର ଗୁରୁ କୃଷ୍ଣ ଚନ୍ଦ୍ର ସାହୁ ଓ ମାନସ ରଞ୍ଜନ ରଥଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି ଏବଂ ଅଶେଷ ଧନ୍ୟବାଦ ଜଣାଇଛନ୍ତି ନୃତ୍ୟମ୍ ର ସଭାପତି ନିଳମଣି ପଟ୍ଟନାୟକ ମହୋଦୟ ଙ୍କୁ ତଥା ସ୍ମୃତି ଙ୍କ ସଫଳତା ପାଇଁ ଅଞ୍ଚଳ ବାସି ଏବଂ ବୁଦ୍ଧି ଜିବୀ ମହଲ ରୁ ବହୁ ଶୁଭେଛା ବାର୍ତ୍ତା ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ