ଜାତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ କୋରାପୁଟ ଝିଅ
ଜୟପୁର, (ଓ୍ବାଇଏନ୍ଏସ୍): ଜାତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ କୋରାପୁଟର ଆଉ ଏକ ଝିଅ।ଜିରୋନ ପ୍ରଡକ୍ସନ ଦ୍ବାରା ଆୟୋଜିତ ମିସ ଇଣ୍ଡିଆ -୨୦୨୦ ପ୍ରତିଯୋଗିତାରେ ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି ଜୟପୁର ର ଝିଅ ଦୀପ୍ତି ରାଣୀ ରଥ।ପ୍ରଥମ ଓ ଦ୍ବିତୀୟ ରାଉଣ୍ଡରେ ଅନେକ ପ୍ରତିଯୋଗୀଙ୍କୁ ପଛରେ ପକାଇ ଫାଇନାଲ ରାଉଣ୍ଡରେ ପହଞ୍ଚିଥିବାରୁ ଦୀପ୍ତି ଙ୍କ ନିକଟକୁ ଏବେ ଛୁଟୁଛି ପ୍ରଶଂସାର ସୁଅ।ସେପଟେ ଫାଇନାଲ ରାଉଣ୍ଡରେ ବିଜୟୀ ହୋଇ ବଲଉଡ ଏଣ୍ଟ୍ରି ଲକ୍ଷ୍ୟରେ ଦୀପ୍ତି ରାଣୀ।କୋରାପୁଟ ଜିଲ୍ଲା ଜୟପୁର ସହରର ଏକ ଗରିବ ଘର ରୁ ଜନ୍ମିତ ମେଧାବୀ ଛାତ୍ରୀ ଦୀପ୍ତି ରାଣୀ ରଥ।ଛୋଟିଆ ସହରର ଏହି ଝିଅକୁ ନେଇ ଏବେ ଜିଲ୍ଲା ସାରା ଚର୍ଚ୍ଚା ।ଆଉ ଶୁଭେଛୁଙ୍କ ଠାରୁ ଛୁଟୁଛି ପ୍ରଶଂସାର ସୁଅ । କାରଣ ଜାତୀୟ ସ୍ତରର ବ୍ୟୁଟି କଣ୍ଟେଷ୍ଟରେ ଦୀପ୍ତି ରାଣୀ ଦେଖାଇଛନ୍ତି ନିଜର ଜଲଓ୍ବା। ଜିରୋନ ପ୍ରଡକ୍ସନ ହାଉସ ଦ୍ବାରା ଆୟୋଜିତ ମିସ ଓ ମିଷ୍ଟର ଇଣ୍ଡିଆ -୨୦୨୦ ପ୍ରତିଯୋଗିତାରେ ଶହ ଶହ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏବେ ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି ସେ। ଫଟୋ ସେସନ,ପ୍ରଶ୍ନ ଉତ୍ତର ରାଉଣ୍ଡ ସହ ରାମ୍ପ ଓ୍ବାର୍କ ରାଉଣ୍ଡରେ ସେ ଉନ୍ନତ ମାନର ପ୍ରଦର୍ଶନ କରିଛନ୍ତି।ଖୁବଶୀଘ୍ର ଏହାର ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବେ ଓ ଏଥିରେ ସେ ବିଜୟୀ ହୋଇ ସାରା ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି କହିଛନ୍ତି କୋରାପୁଟ ଜିଲ୍ଲା ଜୟପୁର ର ଏହି ସୁନା ଝିଅ ଦୀପ୍ତି ରାଣୀ। ସେପଟେ ଝିଅର ଏପରି ସଫଳତାକୁ ନେଇ ଦୀପ୍ତିରଣୀ ଙ୍କ ପରିବାରର ଖୁସି କହିଲେ ନସରେ। ଦୀପ୍ତିରଣୀ ବି ଇ ଡି ଶେଷ ବର୍ଷର ଛାତ୍ରୀ। ତେବେ ପିଲାଟି ଦିନରୁ ସେ ଭଲ ଅଧ୍ୟୟନ କରିବା ସଙ୍ଗେ ସଙ୍ଗେ ଅଭିନୟ ଏବଂ ମଡେଲିଂ ପ୍ରତି ତାଙ୍କର ରୁଚି ରହିଛି। ଆହୁ ଅଧ୍ୟୟନ କ୍ଷେତ୍ର ଥିବା ଲକ୍ଷକୁ ସେ ପୁରାଣ ମଧ୍ୟ କରୁଛନ୍ତି। ସେ ୨୦୧୬ ମସିହା ରେ ବିଡି କଲଜ ଆର୍ଟସ ଟପର ହୋଇଛନ୍ତି। ଆଉ ୨୦୧୮ ମସିହା ରେ ସେଣ୍ଟ୍ରାଲ ୟୁନିଭାରସିଟି ରେ ଟପର ହେବା ସଙ୍ଗେ ସଙ୍ଗେ ଅର୍ଥଶାସ୍ତ୍ର ରେ ଗୋଲଡ଼ ମେଡ଼ାଲିଷ୍ଟ ପାଇବାରେ ମଧ୍ୟ ସଫଳ ହୋଇଛନ୍ତି ଦୀପ୍ତି। ଆଉ ଅଭିନୟ କ୍ଷେତ୍ର ରେ ମଧ୍ୟ ସେ କିଛି କମ ନୁହନ୍ତି ପାଠ ପଢା ସଙ୍ଗେ ସଙ୍ଗେ ପୂର୍ବରୁ ମିଠା ମିଠା ଯୋଡି ରିଆଲ ସୋ ରେ ରାଜ୍ୟ ସ୍ତର ପ୍ରତିଯୋଗିତା ରେ ଜିଲ୍ଲାସ୍ତରୀ ପୁରସ୍କୃତ ହୋଇଛନ୍ତି। ଏକ ଭାରତ ଶ୍ରେଷ୍ଟ ଭାରତ ରେ ମଧ୍ୟ ଅଂଶ ଗ୍ରହଣ କରି ସେଥିରେ ବି ପୁରସ୍କୃତ ହୋଇଛନ୍ତି ସେ।ଏମିତିକି ସେ ସ୍ୱାତୀ ମସଲା ର ଏକ ବିଜ୍ଞାପନ କରିଛନ୍ତି ।ଆଉ ଏବେ ମଡେଲିଂ ସହ ଅଭିନୟ ଜଗତରେ ପାଦ ଥାପିବା ଲକ୍ଷ୍ୟରେ ସେ।ଏଥିପାଇଁ ବଲିଉଡ ଅଭିନେତ୍ରୀଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରିଥିବା ଦୀପ୍ତିରାଣୀ ଆଗାମୀ ଦିନରେ ବଲିଉଡରେ ଅଭିନୟ କରିବା ନେଇ ଲକ୍ଷ ରଖିଛନ୍ତି ।ଜାତୀୟ ସ୍ତରର ଏହି ପ୍ରତିଯୋଗିତାରେ କୋରାପୁଟର ଝିଅ ସଫଳତା ପାଇବା କିଛି କମ କଥା ନୁହେଁ।ଆଉ ଦୀପ୍ତି ରାଣୀ ଙ୍କ ଏହି ସଫଳତା ମଡେଲିଂରେ ରୁଚି ରଖୁଥିବା ଅନେକ ଝିଅଙ୍କ ମନରେ ନୂଆଁ ଆଶା ସଂଚାର କରିଛି ।