ଜାତୀୟ ସ୍ତରୀୟ ନାଟକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ଜାତୀୟ ସ୍ତରୀୟ ନାଟକ ମହୋତ୍ସବ ଆୟୋଜନ କରିବା ପାଇଁ ଅଗ୍ରଣୀ ଓଡିଶା ନାଟକ ସମାରୋହ ସମିତି ତରଫରୁ ଶିଳ୍ପାଞ୍ଚଳ ସ୍ଥିତ ସକଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବେଠକରେ ସଭାପତି ଅନିଲ କୁମାର ପାତ୍ର,ସାଧାରଣ ସଂପାଦକ ଡକ୍ଟର ମିହିର କୁମାର ତ୍ରୀପାଠି, ସଂପାଦକ ଶଙ୍କର୍ଷଣ ସାବତ, ବିଭିନ୍ନ ସଦସ୍ୟ ସହ କିନ୍ନର ସଂଘର ସଭ୍ୟସଭ୍ୟା ଯୋଗ ଦେଇଥିଲେ ।ଆସନ୍ତା ଜାନୁୟାରୀ ୧୦ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଦ୍ୱାଦଶ ରାଜ୍ୟସ୍ତରୀୟ ଏବଂ ପ୍ରଥମ ଜାତୀୟ ସ୍ତରୀୟ ନାଟକ ମହୋତ୍ସବ ଆୟୋଜନ କରାଯିବ । ନାଟକ ୍‌ମହୋତ୍ସବରେ ସହଯୋଗ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗକୁ ଅନୁରୋଧ କରାଯିବ ବୋଲି ଶ୍ରୀ ପାତ୍ର ସୁଚନା ଦେଇଛନ୍ତି । ଏହି ଅବସରରେ ବ୍ରହ୍ମପୁର ନାଟକ ମଞ୍ଚସ୍ଥ ନାଟ୍ୟକାର ପଂଚାନନ ଦାସଙ୍କ ନର୍ତ୍ତକୀର ବହି ପୂଜା କରାଯାଇ ନିର୍ଦେଶନା ଯୁବ ନିର୍ଦେଶକ ସତ୍ୟଦାସଙ୍କୁ ଅର୍ପଣ କରାଯାଇଛି ।ଶେଷରେ ବିନାୟକ ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ