ଜାତୀୟ ସ୍ତରୀୟ ସ୍କୁଲ ଏଥେଲେଟିକସ ଚମ୍ପିୟାନସିପରେ ଓଡିଶାକୁ ବ୍ରୋଞ୍ଚ ନବରଙ୍ଗପୁର ଝିଅ ଓଡିଶାକୁ ଆଣିଲେ ଗୌରବ

ନବରଙ୍ଗପୁର,(ୱାଇଏନଏସ): ସତର ବର୍ଷୀୟ ଜାତୀୟ ସ୍ତରିୟ ସ୍କୁଲ ଏଥେଲେଟିକସ ଚମ୍ପିୟାନସିପ 2024 ଉତ୍ତର ପ୍ରେଦେଶ ର ଲଖନଉ ସହର ର ଗୁରୁ ଗୋବିନ୍ଦ ସ୍ପୋର୍ଟ କଲେଜ ଠାରେ ଅନୁଷ୍ଠିତ ହୋଇଯାଇଛି । ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ ଙ୍କ ଦ୍ୱାରା ନଭେମ୍ବର ଛବିଶ ତାରିଖ ରେ ଜାତୀୟ ସ୍ତରୀୟ ସ୍କୁଲ ଏଥେଲେତଟିକ୍ସ ଚମ୍ପିୟାନସିପ ଗେମ ଉଦଘାଟିତ ହୋଇଥିଲା । ଏହି ପ୍ରତିଯୋଗିତା ପାଞ୍ଚଦିନ ଧରି ଅନୁଷ୍ଠିତ ହୋଇଥିଲା ।ଏହି ପ୍ରତିଯୋଗିତା ରେ ସାରା ଭାରତ ରୁ ତିରିଶଟି ରାଜ୍ୟ, ରାଜ୍ୟ ନୋବୋଦୟ ସମିତି, ସି ବି ଏସ ସି ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ଓଡିଶା ରୁ 20ଜଣ ରାଜ୍ୟ ସ୍ତରୀୟ ମନୋନୀତ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ସେଥି ମଧ୍ୟରୁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ଚରାମୁଳା ଗ୍ରାମର ଏଲ ସନ୍ତୋଷ ରାଓ ଙ୍କ ଝିଅ ଏଲ ସ୍ନିଗ୍ଧା ପୋଲ ଭୋଲଟ ଇଭେଣ୍ଟ ରେ ଓଡିଶା ପାଇଁ ପ୍ରଥମ ବୋଞ୍ଚ ପଦକ ହାସଲ କରି ଓଡିଶା ତଥା ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଉତ୍ତର ପ୍ରଦେଶ ର ଅଲମ୍ପିୟାଡ଼ ଜଟାଶଙ୍କର ମିଶ୍ରା,ଡ. ବେଡ଼ପତି କୃତି ଛାତ୍ର ଛାତ୍ରୀ ମାନଙ୍କୁ ମେଡାଲ ସହ ମାନପତ୍ର ପୃରସ୍କୃତ କରିଥିଲେ ।ଏହି ପ୍ରତିଯୋଗିତା ରେ ହରିୟାଣା ର ଜ୍ୟୋତି ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ କେରଳ ରୁ ଅମଲ ଚିତ୍ରା ରୌପ୍ୟ ପଦକ ଓ ଓଡିଶା ରୁ ଏଲ ସ୍ନିଗ୍ଧା ବ୍ରୋଞ୍ଚ ପଦକ ହାସଲ କରିଛନ୍ତି ।ଏଲ ସ୍ନିଗ୍ଧା ଙ୍କ ପିଲାଦିନରୁ ଖେଳ ପ୍ରତି ଆଗ୍ରହ ରହିଥିଲା ସେ ଶିଶୁ ବିଦ୍ୟା ମନ୍ଦିର ଖାତିଗୁଡା ରେ ଅଧ୍ୟୟନ କରୁଥିବା ସମୟରୁ ବିଭିନ୍ନ ପ୍ରତିଯୋଗିତାରେ ଚମ୍ପିୟାନ ହୋଇଆସୁଥିଲେ । ଆଦର୍ଶ ବିଦ୍ୟାଳୟ ଖେଳ ଶିକ୍ଷକ ଉମେଶ ଚନ୍ଦ୍ର ମଲ୍ଲିକ ଙ୍କ ପ୍ରେରଣା ରେ ଜିଲ୍ଲାରୁ ରାଜ୍ୟ କୁ ଉନ୍ନୀତ ହୋଇ କଳିଙ୍ଗ ଷ୍ଟାଡିୟମ ବାଳିକା ଛାତ୍ରୀବାସର କୋଚ ରିତା ଏବଂ ଲିପିକା ଙ୍କ ଚତ୍ରଛାୟା ତଳେ ରହି ଅଭ୍ୟାସ ଜାରିରଖିଛନ୍ତି ।ବର୍ତମାନ ସ୍ନିଧା ଭୁବନେଶ୍ୱର ସ୍ଥିତ ବାଳିକା ବିଦ୍ୟାଳୟ ୟୁନିଟ 4 ରେ ଅଧ୍ୟୟନ କରି କୋଚ ମିଲବର ଙ୍କ ଅଧୀନରେ ପୋଲଭୋଲଟ ଅଭ୍ୟାସ କରୁଛନ୍ତି । ଆଗକୁ ଅନ୍ତଜାତୀୟ ସ୍ତରରେ ଖେଳିବା ସହ ଅଲମ୍ପିକ ଖେଳିବାକୁ ଆଶା ରଖିଛନ୍ତି ସ୍ନିଗ୍ଧା ।ଏହି ପ୍ରରିପ୍ରେକ୍ଷୀରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ,ଜିଲ୍ଲା ପାଳ ଡ଼. ଶୁଭଙ୍କର ମହାପାତ୍ର, ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ପାଣିଗ୍ରାହୀ,ଖାତିଗୁଡା ଶିଶୁଵିଦ୍ୟାମନ୍ଦିର, ଶ୍ରୀ ଆରବନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଚରାମୁଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସ୍ନିଧା ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥି ସହ କଳିଙ୍ଗ ଷ୍ଟାଡିୟମ ର ସମସ୍ତ କୋଚ,ସ୍କୁଲ ଟିମ ମ୍ୟାନେଜର ରଙ୍କନିଧି ବେହେରା, ଧର୍ମେନ୍ଦ୍ର ପ୍ରଧାନ, କୋଚ ବାସୁଦେବ ପ୍ରଧାନ ଓ ମହିଳା କୋଚ ବିଷ୍ଣୁ ପ୍ରିୟା ଓଝା ପ୍ରମୁଖ ସ୍ନିଗ୍ଧାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ