ଜାତୀୟ ସ୍ୱାସ୍ଥ୍ୟ ବିଭାଗର ଯନ୍ତ୍ରୀଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ୨୩ ଲକ୍ଷ ଟଙ୍କା ପାଣିରେ ଡୁବିଲା

ଗୋଟିଏ ଜାଗାରେ ୨ଟି ସ୍ବାସ୍ଥ୍ୟ ଉପକେନ୍ଦ୍ର ପ୍ରତିଷ୍ଠା କାହା ସ୍ବାର୍ଥରେ; ୫ଟିଙ୍କ ହସ୍ତକ୍ଷେପ ପାଇଁ ଦାବି

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଯୋଜନା ଉପରେ ଯୋଜନା ଏବଂ କୋଟି କୋଟି ଟଙ୍କା ଖର୍ଚକରୁଛନ୍ତି । ଉତ୍ତମ ଭିତ୍ତିଭୂମି ପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । ଗ୍ରାମାଞ୍ଚଳରେ ତଥା ପଞ୍ଚାୟତ ସ୍ତରରେ ଉତ୍ତମ ସ୍ବାସ୍ଥ୍ୟ ସେବା ପ୍ରଦାନ ପାଇଁ ସରକାର ଭିତ୍ତିଭୂମି ପାଇଁ ଏନଆରଏଚଏମ ଅଣ୍ଟାଭିଡିଛି ।ହେଲେ ଏଥିରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ଅପରିଣାମଦର୍ଶୀ ଓ ତ୍ରୁଟିପୁର୍ଣ କାର୍ଯ୍ୟ ଯୋଗୁଁ ସରକାରଙ୍କ ଯୋଜନା ଫସର ଫାଟୁଛି, ତଦସହ ଏହା ଲୋକଙ୍କ କାମରେ ଲାଗୁନାହିଁ ।ସରକାରଙ୍କ ଯୋଜନା ପଣ୍ଡ ହେବା ସହ ସରକାରଙ୍କ ଟଙ୍କା ପାଣିରେ ଡୁବୁଛି । ଏଭଳି ଏକ ମନୁଷ୍ୟକୃତ ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲାର ବହଳଦା ବ୍ଲକର ଝରାଡିହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ସୂଚନାଯୋଗ୍ୟଯେ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଅନ୍ତର୍ଗତ ବହଳଦା ବ୍ଲକର ଝରାଡିହି ପଞ୍ଚାୟତର ଝରାଡିହି ରାଜସ୍ବ ଗ୍ରାମ ଅବସ୍ଥିତ ।ଝରାଡିହିରେ ଏକ ସିଏଚସି ସ୍ବାସ୍ଥ୍ୟକେନ୍ଦ୍ର ଅଛି ।ତାହାରି ଭିତରେ ଝରାଡିହି ଉପ ସ୍ବାସ୍ଥ୍ୟକେନ୍ଦ୍ର ଅଛି ।ହେଲେ ଏହି ସିଏଚସି ସ୍ବାସ୍ଥ୍ୟକେନ୍ଦ୍ରର ବାହାରେ ଏବେ ନୂତନ ଭାବେ ଆଉ ଗୋଟିଏ ସ୍ବାସ୍ଥ୍ୟ ଉପକେନ୍ଦ୍ର ଏବେ ନିର୍ମାଣ ହୋଇଛି ।ଯାହାକୁ ନେଇ ବୁଦ୍ଧିଜିବୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି । ଝରାଡିହିରେ ୨ଟି ସ୍ବାସ୍ଥ୍ୟ ଉପକେନ୍ଦ୍ର ପ୍ରତିଷ୍ଠା କାହିଁକି ? ଜାତୀୟ ସ୍ବାସ୍ଥ୍ୟକେନ୍ଦ୍ର ମିଶନ ତରଫରୁ ଜାମଦା ବ୍ଲକର ଦେଓଗାଁ ଠାରେ ଏକ ଉପ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ  ପାଇଁ ଟେଣ୍ଡର କରାଯାଇଥିଲା । ଟେଣ୍ଡର ପାଇଥିବା ବ୍ୟକ୍ତିକୁ ଜାମଦାବ୍ଲକକୁ ଡକା ଯାଇ କାର୍ଯ୍ୟ।ଦେଶ କନଷ୍ଟ୍ରକ୍ସନ ଅଫ ସବ୍ ସେଣ୍ଟର,ଦେଓଗାଁ,ଜାମଦା ବ୍ଲକ,୨୦୧୯/୨୦ ପାଇଁ ୨୨/୦୭/୨୦୨୦ରେ ପ୍ରଦାନ କରା ଯାଇଥିଲା।ହେଲେ ସେଠାରେ ଦେଓଗାଁ ବୋଲି କୌଣସି ରାଜସ୍ବ ଗ୍ରାମ ନଥିବାରୁ ସେଠାରେ କାମ ହୋଇପାରିଲା ନାହିଁ ।ପରେ ତିରିଂ ବ୍ଲକରେ ଦେଓଗାଁ ବୋଲି ଏକ ରାଜସ୍ବ ଗ୍ରାମ ଅଛି ।ହେଲେ ଟେଣ୍ଡର ଜାମଦା ବ୍ଲକର ବୋଲି ସେଠାରେ ମଧ୍ୟ କାମ ହୋଇ ପାରିଲା ନାହିଁ ।ଶେଷରେ ଝରାଡିହିରେ ଝରାଡିହି ଉପସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଏକ ନୂତନ ସ୍ବାସ୍ଥ୍ୟ ଉପକେନ୍ଦ୍ର ବିନା ଫଳକରେ ଯୁଦ୍ଧକାଳିନ ନିର୍ମାଣ କରାଯାଇଛି ।ଏହା ମଧ୍ୟ ନିମ୍ନ ମାନର ନିର୍ମାଣ ହୋଇଛି ।ପାଚେରୀ ଫାଟି ଆଁ କଲାଣି । କାମ ସାରି ଠିକାଦାର ଟଙ୍କା ନେଇ ଛୁ । ଯନ୍ତ୍ରୀମାନେ ମଧ୍ୟ ନିଜ ଭାଗ ପାଇ ଖୁସ ହୋଇ ଚୁପଚାପ ବସି ଯାଇଛନ୍ତି ।ସରକାରଙ୍କ ନିୟମ ଅନୁଯାୟୀ ଯେଉଁଠି ସିଏଚସି ଥିବ ସେଠାରେ ଆଉ ଗୋଟିଏ ଉପସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହୋଇ ପାରିବ ନାହିଁ ।ହେଲେ ଝରାଡିହି ପଞ୍ଚାୟତରେ ଝରାଡିହିରେ ସିଏଚସି ଗୋଟିଏଏବଂ ବଡକେଡମରେ ଆଉ ଏକ ଉପ ସ୍ବାସ୍ଥ୍ୟକେନ୍ଦ୍ର ଅଛି ।ତେବେ ଝରାଡିହି ପଞ୍ଚାୟତରେ ଦୁଇଟି ଉପ ସ୍ବାସ୍ଥ୍ୟକେନ୍ଦ୍ର ଥିବାବେଳେ ଆଉ ଗୋଟିଏ ଉପ ସ୍ବାସ୍ଥ୍ୟ ସେବାକେନ୍ଦ୍ର ନିର୍ମାଣ କାହା ସ୍ବାର୍ଥରେ !ସେହିଭଳି ନୁତନ ସ୍ବାସ୍ଥ୍ୟ ଉପକେନ୍ଦ୍ରଟି ଯଶିପୁର ପଞ୍ଚାୟତର ଶେଷ ସିମାକୁ ଲାଗି ଏବଂ ଝରାଡିହି ସିଏଚସି ଶେଷ ସିମାକୁ ଲାଗି । ଯଶିପୁର ପଞ୍ଚାୟତରେ ଯଶିପୁର ଏବଂ ନୂଆଗାଁ ୨ଟି ସ୍ବାସ୍ଥ୍ୟ ଉପକେନ୍ଦ୍ର ଅଛି ହେଲେ ଯଶିପୁର ପଞ୍ଚାୟତ ଶେଷ ସୀମାରେ ଆଉ ଗୋଟିଏ ଉପସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କାହିଁକି ଏବଂ ତାହାକୁ ଝରାଡିହି ଉପ ସ୍ବାସ୍ଥ୍ୟକେନ୍ଦ୍ର ନାମ କରଣ କାହଁକି କରାଯାଇଛି ।ସୂଚନାଯୋଗ୍ୟ ନୂତନ ସ୍ବାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ ଶେଷରେ ସରକାରଙ୍କ କାର୍ଯ୍ୟ।ଦଶ ଅନୁସାରେ ଦେଓଗାଁ ଉପ ସ୍ବାସ୍ଥ୍ୟକେନ୍ଦ୍ର ଲେଖା ଯାଇଥିଲା । ଝରାଡିହି ଅଂଚଳର ସଚେତନ ନାଗରିକମାନେ ବହଳଦା ବ୍ଳକରେ ଦେଓଗାଁ ବୋଲି ରାଜସ୍ବ ଗ୍ରାମ ନାହିଁ ଏହାକୁ ନେଇ ସେମାନେ ଦେଓଗାଁ ସ୍ବାସ୍ଥ୍ୟ ଉପକେନ୍ଦ୍ର ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡିଥିଲେ । ଖବର ପାଇ ଚତୁର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ସାଙ୍ଗେ ସାଙ୍ଗେ ତାହାକୁ ଲିଭାଇ ଝରାଡିହି ସ୍ବାସ୍ଥ୍ୟ ଉପକେନ୍ଦ୍ର ଲେଖା କରାଇଛନ୍ତି । ଗୋଟାଏ ସ୍ଥାନରେ ୨ଟି ଉପ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନାର ଉଦେଶ୍ୟ କ\’ଣ ?ଏହା କାମରେ ଲାଗିବ?ସରକାରଙ୍କ ୨୩ ଲକ୍ଷ ଟଙ୍କା ପାଣିରେ ପଡିଲା ନାହିଁ ତ?ନିକଟରେ ଅସନା ପଞ୍ଚାୟତ ଅଛି । ସେଠାରେ ଗୋଟିଏ ବି ଉପ ସ୍ବାସ୍ଥ୍ୟକେନ୍ଦ୍ର ନାହିଁ ।ଯାହାଫଳରେ ସେଠାକାର ନିରିହ ଶତପ୍ରତିଶତ ଆଦିବାସୀ ସ୍ବାସ୍ଥ୍ୟସେବା ପାଇବାରୁ ବଂଚିତ ହେଉଛନ୍ତି ! ସେଠାରେ ଏହି ଉପ ସ୍ବାସ୍ଥ୍ୟକେନଦ୍ର ନିର୍ମାଣ ହୋଇଥିଲେ ସେଠାକାର ଲୋକେ ସ୍ବାସ୍ଥ୍ୟ ସେବା ପାଇଥାଆନ୍ତେ?ଏଥିପାଇଁ ଦାୟୀ କିଏ?ଏହାକୁ ସରକାରଙ୍କ ୫ଟି ତଦନ୍ତ କରି କାହାଯୋଗୁଁ ଏଭଳି ଅପରିଣାମ କାମ ହେଲା ତଦନ୍ତ କରି ଦୃଢ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ