ଜାତୀୟ ସ୍ୱେଚ୍ଛାକୃତ ରକ୍ତ ଦାତା ଦିବସରେ ରକ୍ତ ଦାନ ଶିବିର

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଜାତୀୟ ସ୍ୱେଚ୍ଛାକୃତ ରକ୍ତ ଦାତା ଦିବସ ଅବସରରେ ବ୍ରହ୍ମପୁର ସବୁଜ ବାହିନୀ , ଆଞ୍ଚଳିକ ବିକାଶ ପରିଷଦ (ଗୁଣ୍ଠବନ୍ଧ),ମାରଓ୍ବାଡି ମହିଳା ସମିତି , ନେଚର ଲଭର୍ସ ଓଡିଶା , ବକ୍ସିଂ ଓଡିଶାର ମିଳିତ ସହଯୋଗରେ ରକ୍ତଦାନ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସତ୍ୟ ନାରାୟଣ ବାଳକ ଛାତ୍ରାବାସ ର ଛାତ୍ରମାନେ ରକ୍ତ ଦାନ କରିଥିଲେ। ରକ୍ତ ଭଣ୍ଡାର ରେ ରକ୍ତ ଅଭାବକୁ ଦୁର କରିବା ଏବଂ ସ୍ବେଚ୍ଛାକୃତ ରକ୍ତଦାତା ବୃଦ୍ଧି କରିବା ଉଦ୍ଦେଶ୍ୟ ରେ”ଆସନ୍ତୁ ଗଢିବା ରକ୍ତ ସମ୍ପର୍କ” ନାମକ ‘ଚର୍ତୁଦଶ’ ତମ ରକ୍ତଦାନ ଶିବିର ବ୍ରହ୍ମପୁର ରକ୍ତ ଭଣ୍ଡାର ରେ ଅନୁଷ୍ଠିତ ହୋଇଥିଲା । ଏହି କାର‌୍ୟ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନୂତନ ରକ୍ତ ଦାତା ସୃଷ୍ଟି କରିବା ଏବଂ ରକ୍ତଦାତାମାନେ ରକ୍ତଦାନ କେନ୍ଦ୍ରକୁ ଆସି ରକ୍ତ ଦାନ କରିବେ । ସବୁଜ ବାହିନୀ ର ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ଅଭିଯାନ ର ସଂଯୋଜକ ସୁଶିଲ କୁମାର ଓ ସହ ସଂଯୋଜକ ସତ୍ୟ ନାରାୟଣ ଦାସଙ୍କ ସଂଯୋଜନା ରେ ରକ୍ତ ଭଣ୍ଡାର ଡା.ରଶ୍ମିତା ପାଣିଗ୍ରାହୀ,ସସ୍ମିତା ବେହେରା ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ସମୁଦାୟ ୧୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ଓ ୦୮ ଜଣ ନୂତନ ରକ୍ତ ଦାତା ପ୍ରଥମ ଥର ରକ୍ତ ଦାନ କରିଥିଲେ । ସମସ୍ତ ୧୪ ଗୋଟି ଶିବିରରେ ସମୁଦାୟ ୨୧୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି କାର‌୍ୟ୍ୟକ୍ରମରେ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ,ସଂପାଦକ ଏମ.ଦିଲ୍ଲୀପ କୁମାର, ବନମାଳୀ ପ୍ରଧାନ,ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ସଂପାଦକ ବିଜେନ୍ଦ୍ର ମାଝୀ ଓ ନେଚର୍ସ ଲଭର୍ସ ଓଡିଶା ର ଆବାହକ ଶ୍ରୀନିବାସ ରାଜନ ଙ୍କ ସମେତ ବହୁ ସ୍ବେଚ୍ଛାସେବୀ ଯୋଗଦେଇ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ