ଜାତୀୟ ହ୍ୱିଲ ଚେୟାର ଅସିଚାଳନା ପ୍ରତିଯୋଗିତାରେ  ଭି. ରମେଶଙ୍କ ସଫଳତା

ଛତ୍ରପୁର (ଦେବଦତ୍ତ ମହାରଣା): ଛତ୍ରପୁର ଗିଲଟିପେଟା ସାହିର ଦିବ୍ୟାଙ୍ଗ କ୍ରିଡାବିତ୍ ଭି. ଋମେଶ ରାଓ ହ୍ୱିଲ ଚେୟାର ଅସି ଚାଳନାରେ ଗୋଟିଏ ପରେ ଗୋଟିଏ ସଫଳତା ର ପାହାଚ ଚଢି ଚାଲିଛନ୍ତି । ଏଥର ହରିୟାଣା ର କର୍ଣ୍ଣଲ ସହରରେ ଚାଲିଥିବା ୧୩ତମ ଜାତୀୟ ହ୍ୱିଲ ଚେୟାର ଅସି ଚାଳନା ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି । ବ୍ୟକ୍ତିଗତ ଭାବେ ଗୋଟିଏ ସ୍ୱର୍ଣ୍ଣ ପଦକ ସହ ରୋପ୍ୟ ପଦକ ହାସଲ କରିଛନ୍ତି । ଏନେଇ ଛତ୍ରପୁର ଅଂଚଳରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ରମେଶ ବ୍ୟକ୍ତିଗତ ଇପିଇ ରେ ସ୍ୱର୍ଣ୍ଣ ଓ ରୋପ୍ୟ ପଦକ ହାସଲ କରିଛନ୍ତି । ରମେଶ ଓଡିଶା ପାଇଁ ପ୍ରତିନିଧିତ୍ୱ କରି କର୍ଣ୍ଣାଲ ରେ ଚାଲିଥିବା ଗତ ୨୬ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଜାତୀୟ ହ୍ୱିଲ ଚେୟାର ପ୍ରତିଯୋଗିତାରେ ପୁରୁଷ ଏ ବିଭାଗ ବ୍ୟକ୍ତିଗତ ରେ ଅଂଶଗ୍ରହଣ କରିଏହି ଦୁଇଟି ପଦକ ଜିତିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ