ଜାନକୀବଲ୍ଲଭ ରାଉତଙ୍କ ସମେତ କଂଗ୍ରେସ ପାର୍ଟିରୁ ୩ ଜଣ ଜିଲ୍ଲାପରିଷଦ ପାର୍ଥି ପାଇଁ ନାମାଙ୍କନପତ୍ର ଦାଖଲ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ନାମାଙ୍କନ ପତ୍ର ଦାଖଲର ଚତୁର୍ଥ ଦିବସରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୁଗୁଡା ବ୍ଳକ କଂଗ୍ରେସ ଦଳ ପକ୍ଷରୁ ଚୁଡାନ୍ତ ତାଲିକାରେ ସ୍ଥାନ ପାଇ ଥିବା ୩ ଜଣ ଜିଲ୍ଲା ପରିଷଦ ପଦବୀ ପାଇଁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୪୧ ନମ୍ବର ଜିଲ୍ଲାପରିଷଦ ଜୋନ୍ ରୁ ପୁଷ୍ପ ଲତା ପାତ୍ର, ୪୨ ନମ୍ବର ଜିଲ୍ଲାପରିଷଦ ଜୋନ ରୁ ଗଞ୍ଜାମ ଜିଲ୍ଲା ସେବାଦଳ ସଭାପତି ଜାନକୀବଲ୍ଲଭ ରାଉତ ଏବଂ ୪୩ ନମ୍ବର ଜିଲ୍ଲାପରିଷଦ ଜୋନରୁ ନୀଳାଦ୍ରି ସ୍ୱାଇଁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଜିଲାପରିଷଦ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପାର୍ଥି ପତ୍ର ଦାଖଲ ସମୟରେ ଆଇନଜୀବୀ ତଥା ଓବିସି ସେଲ ନଗର ସଭାପତି ସୁଜିତ କୁମାର ସ୍ୱାଇଁ, ପୂର୍ବତନ ନଗର ସଭାପତି ମାନଶ ଦାସ, ନଗର ସଭାପତି ଦୁର୍ଗା ମାଧବ ପଣ୍ଡାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।