ଜାନୁଆରୀରେ ଘୋଷଣା ହେବ ପିସିସି ସଭାପତିଙ୍କ ନାଁ

ଭୁବନେଶ୍ୱର : ଆସନ୍ତା ଜାନୁଆରୀରେ ପିସିସି ସଭାପତିଙ୍କ ନାମ ଘୋଷଣା କରାଯିବ । ଜିଲ୍ଲା ସଭାପତିଙ୍କ ନାମ ମଧ୍ୟ ଘୋଷଣା କରାଯିବ । ଭାରତ ବଂଚାଅ କାର୍ଯ୍ୟକ୍ରମ ଢାଂଚାରେ କଂଗ୍ରେସ ସାରା ରାଜ୍ୟରେ ଆନ୍ଦୋଳନାତ୍ମକ ପନ୍ଥା ମଧ୍ୟ ଗ୍ରହଣ କରିବ । ଏକଥା ଘୋଷଣା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନଙ୍କ ଏହି ଘୋଷଣା ଏବେ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ଏବେ ସେ ପିସିସି ସଭାପତି ଥିବାବେଳେ ନୂଆ ସଭାପତି ଆସିବେ ନା ପୂର୍ବଭଳି ସେ ଦାୟିତ୍ୱ ତୁଲାଇବେ ତାହାକୁ ନେଇ ପ୍ରଶ୍ନ ଉଠିଛି । ଗୋଟିଏ ପଟେ ନିରଞ୍ଜନଙ୍କୁ ହଟାଇବା ପାଇଁ ଭୁବନେଶ୍ୱରରୁ ଦିଲ୍ଲୀ ଗଣଦୌଡ଼ ଆରମ୍ଭ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ