ଜାନୁଆରୀ ୭,୮ ଓ ୯ ତାରିଖରେ ବାଲିପଦର ମହୋତ୍ସବ କୃଷ୍ଣସାର ୨୦୨୩

ବୁଗୁଡା, (ଅନିଲ କୁମାର ମହାରଣା):କଳା, ସାହିତ୍ଯ,ସଂସ୍କୃତି ଓ ସଂଗ୍ରାମୀ ମାଟିର ଗର୍ବ ଓ ଗୌରବକୁ ଉତ୍ତର ପିଢି଼ଙ୍କ ମଧ୍ୟରେ ଉଜ୍ଜୀବିତ ରଖିବା ଲକ୍ଷରେ ବାଲିପଦରରେ ଗଢି଼ ଉଠିଥିବା କଳା ଓ ସଂସ୍କୃତିର ସଂଗଠନ “ବାଲିପଦର ମହୋତ୍ସବ କୃଷ୍ଣସାର” ତାର ୫ମ ମହୋତ୍ସବ ୨୦୨୩ ଜାନୁଆରୀ ୭, ୮, ଓ ୯ ତାରିଖରେ ପାଳନ କରିବା ପାଇଁ ଠିକ କରାଯାଇଛି। ଅକ୍ଟୋବର ୨୬ ତାରିଖ ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ବାଲିପଦର ଲକ୍ଷ୍ମୀଜ୍ୟୋତି ଫିଲିଙ୍ଗ୍ ଷ୍ଟେସନ୍ ପରେଷ୍ଟ ପାର୍କ ପରିସରରେ ମହୋତ୍ସବ କମିଟିର ସଭାପତି ଇଂ.ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବାଲିପଦର ଚାମ୍ବର ଅଫ୍ କମର୍ସ, ବାଲିପଦର ଉନ୍ନୟନ ପରିଷଦ, ଘୁମୁସର ର ସ୍ୱର, ମାତୃ ମଣ୍ଡଳୀ ଓ ମହୋତ୍ସବ କମିଟିର ସଦସ୍ୟ ବୃନ୍ଦ ଯୋଗଦେଇଥିଲେ। ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାକୁ ସଭାପତି ଇଂ.ଲକ୍ଷ୍ମୀ ପ୍ରସାଦ ନାୟକ ଉଦଘାଟନ କରିଥିବା ବେଳେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, ବୁଗୁଡା ପୋଲିସ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା, ବାଲିପଦର ଫାଣ୍ଡି ଓଆଇସି ସମିର ରଞ୍ଜନ ବେହରା, ସମାଜସେବୀ ଖଲିପରିଡା, କୈଳାଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ମହୋତ୍ସବର ସଫଳ କାମନା କରିଥିଲେ। ସରକାରୀ ଅନୁମତି, କଳାକାର ଅନୁସନ୍ଧାନ, ପ୍ରତିଭା ଚୟନ ପ୍ରଭୃତି ବିଷୟରେ ଆଲୋଚନା ହେବା ସହ ଆସନ୍ତା ୨୦୨୩ ଜାନୁଆରୀ ୭, ୮, ଓ ୯ ତାରିଖ ତିନି ଦିନ ପାଇଁ ମହୋତ୍ସବ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ କମିଟିର ବରିଷ୍ଠ ସଦସ୍ୟ, ଜି.ସଞ୍ଜିବ କୁମାର ପାତ୍ର, କେ.ମନୋଜ କୁମାର ଆଚାରୀ, ଜି.ମନୋଜ କୁମାର ପାତ୍ର, ଅଜିତ୍ କୁମାର ମହାରଣା, ହର ପ୍ରସାଦ ଦାସ, ରାଜେନ୍ଦ୍ର ମହାରଣା, କାହ୍ନୁ ଚରଣ ବାଡତ୍ୟା, ଦିଲ୍ଲିପ କୁମାର ପଟ୍ଟନାୟକ, ଜି.ରାହୁଲ୍ ପାତ୍ର, ଇ.ବାଳକୃଷ୍ଣ ଦୋରା, ଉମା ଶଙ୍କର ନାୟକ, ଶଙ୍କର ରାଓ, ବୃନ୍ଦାବନ ମହାନ୍ତି, ଡି.ଗୋପାଳ ଅଚାରୀ, ଇଂ.ବିପ୍ର ଚରଣ ପାତ୍ର, ନାରାୟଣ ସାମନ୍ତରା, ଏ.ସର୍ଭିସ୍ ଆଚାରୀ, କାଳୀ ଚରଣ ବିଷୋୟୀ, ଗଣେଶ ବାଡତ୍ୟା, ରଙ୍କ ପଲାଇ, ମାତୃମଣ୍ଡଳି ପକ୍ଷରୁ ଲକ୍ଷ୍ମୀ ସାହୁ, ଡି.ପ୍ରଜ୍ଞାଶ୍ରୀ ଆଚାରୀ, ପ୍ରିୟଙ୍କା ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ