ଜାନୁଗଞ୍ଜ ଗୋଲେଇଠାରେ ସିଦ୍ଧ ମହାବୀର ଆସୋସିଏଟ୍ ବ୍ୟବସାୟ ପ୍ରତିଷ୍ଠାନ ଉଦ୍ଘାଟିତ
ବାଲେଶ୍ୱର : ଜାନୁଗଞ୍ଜ ଗୋଲେଇଠାରେ ସିଦ୍ଧ ମହାବୀର ଏସୋସିଏଟ୍ ସିନେଷ୍ଟା ଡିସିଏମ୍ ଶ୍ରୀରାମ ବ୍ୟବସାୟ ପ୍ରତିଷ୍ଠାନର ବାଲେଶ୍ୱର ଶାଖା ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମ୍ବେଦନା ଆପାର୍ଟମେଣ୍ଟର ନିର୍ଦ୍ଦେଶକ ସୁନୀଲ କୁମାର ସିଂ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଅନୁଷ୍ଠାନକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସଙ୍ଗେ ସଙ୍ଗେ ବକ୍ତବ୍ୟରେ କହିଥିଲେ କି, ଅତ୍ୟାଧୁନିକ ଗୁଣାତ୍ମକ ଉନ୍ନତ ଝରକା ଦରଜା ଇତ୍ୟାଦି ବ୍ୟବସାୟ ପ୍ରତିଷ୍ଟାନରେ ଲୋକମାନଙ୍କୁ ଯୋଗାଇ ଦିଆଯିବ । ଯାହାକି ଭାରତବର୍ଷର ବିଭିନ୍ନ ବଡବଡ ହୋଟେଲରେ ଡିସିଏମ୍ ଶ୍ରୀରାମ ବ୍ୟବସାୟ ପ୍ରତିଷ୍ଠାନ ଏହିଭଳି ଗୁଣାତ୍ମକ ଝରକା, ଦରଜା ତିଆରି କରି ବ୍ୟବସାୟ କରିଆସୁଛି । ମୁଖ୍ୟତଃ ହୋଟେଲ, ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, ବାସଗୃହ, ବ୍ୟବସାୟ ପ୍ରତିଷ୍ଠାନ ଅତ୍ୟାଧୁନିକ ଗୃହ ଇତ୍ୟାଦିରେ ଅତି ସୁଲଭ ମୂଲ୍ୟରେ ଥିନେଷ୍ଟ ଗୁଣାତ୍ମକ ଡିଜାଇନ୍ର ଦରଜା, ଝରକା ଇତ୍ୟାଦି ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଓଡିଶରେ ଏହାର ଦୁଇଟି କାଉଣ୍ଟର ଥିବା ବେଳେ ଭୁବନେଶ୍ୱରରେ ଗୋଟିଏ ଏବଂ ବାଲେଶ୍ୱର ଜାନୁଗଞ୍ଜ ଗୋଲେଇଠାରେ ଦ୍ୱିତୀୟ ଶାଖାଟି ଉଦ୍ଘାଟନ କରାଗଲା । ମୁଖ୍ୟତଃ ବାଲେଶ୍ୱର ଶାଖା ମଧ୍ୟରେ ବାଲେଶ୍ୱର-ଭଦ୍ରକ-ମୟୁରଭଞ୍ଜ-କେଉଁଝର ଏହା ୪ଟି ଜିଲ୍ଲାପ ଗ୍ରାହକମାନଙ୍କ ନିମନ୍ତେ ଏହି ଶାଖା କାର୍ଯ୍ୟକ୍ଷମ ହେବ । ଉତ୍ସବରେ ସିଦ୍ଧ ମହାବୀର ଏସୋସିଏଟ୍ର ପରିଚାଳନା ନିର୍ଦ୍ଦେଶକ ଦେବଦତ୍ତ ଦାସ, ପ୍ରତ୍ୟୁଷ ଦାସ, ସର୍ଭିସ ହେଡ ସଞ୍ଜୟ ବାରିକ ଓ ବାଲେଶ୍ୱର ଇନଚାର୍ଜ ବିଭୂତି ଗଡନାୟକ, ଅମୀୟାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।


