ଜାନୁୟାରୀ ୧୦ ତାରିଖରେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ହେବନି ପାଳନ
ନୂଆଦିଲ୍ଲୀ- ଜାନୁୟାରୀ ୧୦ ତାରିଖରେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ରାତ୍ରରେ ଦୃଶ୍ୟମାନ ହେବ । ଏହା ରାତ୍ର ୧୦ଟା ୩୮ରୁ ଆରମ୍ଭ ହୋଇ ୨ଟା ୪୨ରେ ମୋକ୍ଷ ହେବ। । ଉପଛାୟା ଯୋଗୁ ହେଉଥିବାରୁ ଭାରତରେ ଦେଖାଗଲେ ମଧ୍ୟ କୌଣସି ସୁତକ ଲାଗୁ ହେବନି। ଦେବନୀତି ସ୍ବାଭାବିକ ଭାବେ ଚାଲିବ। ସାଧାରଣତଃ ସୂର୍ଯ୍ୟ ପୃଥିବୀ ଏବଂ ଚନ୍ଦ୍ର ଗୋଟିଏ ସରଳ ରେଖାରେ ପୂର୍ଣ୍ଣିମାରେ ରହିଲେ ଚନ୍ଦ୍ର ଗ୍ରହଣ ହୋଇଥାଏ । ତେବେ ଏହି ଚନ୍ଦ୍ର ଗ୍ରହଣରେ ଏପରି ହେବ ନାହିଁ । ଚନ୍ଦ୍ର ପୃଥିବୀର ଛାୟା ସିଧାରେ ନ ରହି ଉପଛାୟା ଅଞ୍ଚଳରେ ରହିବ । ତେଣୁ ଚନ୍ଦ୍ରର ଉଜ୍ୱଳତା କିଛି ସମୟ ପାଇଁ କମିଯାଇ ପୁଣି ସ୍ବାଭାବିକ ଅବସ୍ଥା ଫେରି ଆସିବ ବୋଲି ନାସା ପକ୍ଷରୁ କୁହାଯାଇଛି ।


