ଜାନୁୟାରୀ ୨୦ ତାରିଖ ଜାତୀୟ ଉଠାଦୋକାନୀ ଦିବସ

ଭୁବନେଶ୍ୱର, : ଆସନ୍ତା ଜାନୁୟାରୀ ୨୦ ତାରିଖ ଦିନ ଜାତୀୟ ଉଠାଦୋକାନୀ ଦିବସ ପାଳନ ପରିପ୍ରେକ୍ଷୀରେ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା, ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ଶ୍ରୀଯୁକ୍ତ ଅରୁପ ପଟ୍ଟନାୟକ, ପୂର୍ବତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାସ ସିଂ, ଏସ୍‌ଏସ୍‌ପିଡ଼ି କମିଶନର ସୁଲୋଚନା ଦାସ ପ୍ରମୁଖ ଯୋଗଦାନ କରିବେ ବୋଲି ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ଶ୍ରୀଯୁକ୍ତ ପ୍ରତାପ କୁମାର ସାହୁ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମ ୟୁନିଟ୍‌-୧ ଭୂତଳ ଫଳ ଭେଣ୍ଡିଂଜୋନଠାରେ ଅନୁଷ୍ଠିତ ହେବ । ଏଣୁ ଭୁବନେଶ୍ୱରର ସମସ୍ତ ଉଠାଦୋକାନୀ ଭାଇ ଓ ଭଉଣୀମାନେ ସକାଳ ୯ ଘଟିକା ସମୟରେ ଯୋଗ ଦେବା ପାଇଁ ଶ୍ରୀ ସାହୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ