ଜାନୁୟାରୀ ୨୦ ତାରିଖ ଜାତୀୟ ଉଠାଦୋକାନୀ ଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଉଠାଦୋକାନୀ ମାନଙ୍କ ବହୁ ଆନ୍ଦୋଳନ ଓ ଅନେକ ସହିଦ ହେବା ଫଳରେ ୨୦୧୪ ଜାନୁୟାରୀ ୨୦ ତାରିଖ ଦିନ ପାର୍ଲାମେଣ୍ଟରେ ଉଠାଦୋକାନୀ ମାନଙ୍କ ବିଲ୍ ପାରିତ ହୋଇଥିଲା । ପାରିତ ହେବା ପରେ ପ୍ରତ୍ୟେକ ରାଜ୍ୟ ଉଠାଦୋକାନୀମାନଙ୍କୁ ଥଇଥାନ କରିବା ପାଇଁ ରାଜ୍ୟ ଆଇନ ପାରିତ ହେଲା ଯାହାକି ଭାରତରେ ଥିବା ୪କୋଟିରୁ ଅଧିକ ଉଠାଦୋକାନୀ ଲାଭବାନ ହେବା ସହ ସେମାନଙ୍କ ପରିବାରର ପ୍ରତିପୋଷଣ କରିପାରିଥିଲେ । ଏହି ଦିନଟିକୁ ସ୍ମରଣୀୟ କରି ରଖିବା ପାଇଁ ପ୍ରତ୍ୟେକ ବର୍ଷ ଜାନୁୟାରୀ ୨୦ ତାରିଖକୁ ଜାତୀୟ ଉଠାଦୋକାନୀ ଦିବସ ଭାବରେ ପାଳିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବହୁ ଜାଗାରେ ଜାତୀୟ ଉଠାଦୋକାନୀ ଦିବସ ପାଳିତ ହେବା ସହ ଭୁବନେଶ୍ୱରରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ, ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘ ଓ ଜାତୀୟ ଉଠାଦୋକାନୀ ମହାସଂଘର ମିଳିତ ଉଦ୍ୟମରେ ଚଳିତବର୍ଷ ଜାନୁୟାରୀ ୨୦ ତାରିଖ ଦିନ ମାଷ୍ଟର କ୍ୟାଣ୍ଟିନ ଛକରୁ ହଜାର ହଜାର ଉଠାଦୋକାନୀ ଏକ ଶୋଭାଯାତ୍ରାରେ ବାହାରି ରାଜମହଲ ଛକ ଦେଇ ୟୁନିଟ୍‌-୧ ଠାରେ ପହଞ୍ôଚବା ପରେ ସେଠାରେ ଏକ ସଭା ଅନୁଷ୍ଠିତ ହେବା ସହ ଜାତୀୟ ଉଠାଦୋକାନୀ ଦିବସ ପାଳନ କରାଯିବ । ଏହି କାର୍ଯ୍ୟକ୍ରମରେ କଟକ ମେୟର ସୁବାସ ସିଂ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀଙ୍କ ସମେତ ବହୁ ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଉଠାଦୋକାନୀମାନଙ୍କର ମୁଖପତ୍ର ‘ଆଶା’ ପତ୍ରିକାକୁ ଅତିଥିମାନେ ଉନ୍ମୋଚନ କରିବେ । ତେଣୁ ଏହିଦିନ ସମସ୍ତ ଉଠାଦୋକାନ ଓ ଭେଣ୍ଡିଂଜୋନ ବନ୍ଦ ରହୁଥିବାରୁ ଗ୍ରାହକମାନଙ୍କୁ ଅସୁବିଧାରେ ନ ପଡ଼ିବା ପାଇଁ ମହାଂସଘର ସଭାପତି ପ୍ରତାପ କୁମାର ସାହୁ ସମସ୍ତ ଗ୍ରାହକମାନଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ