ଜାନୁୟାରୀ ୩୧ରୁ ସଂସଦରେ ବଜେଟ ଅଧିବେସନ ଆରମ୍ଭ

ନୂଆଦିଲ୍ଲୀ : ସଂସଦରେ ଆରମ୍ଭ ହେବ ବଜେଟ ଅଧିବେସନ। ଚଳିତ ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଅଧିବେସନ ଦୁଇଟି ପର୍ଯ୍ୟାୟରେ ଚାଲିବ। ପ୍ରଥମ ଅଧିବେସନ ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ବିତୀୟ ଅଧିବେସନ ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେସନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ ତାରିଖରେ ପୂର୍ଣ୍ଣାଙ୍ଗ ସାଧାରଣ ବଜେଟ ଉପସ୍ଥାପନ କରିବେ। ତେବେ ଏଥର ସିଏଏ ନିଆଁ ଏବଂ ଜେଏନୟୁରେ ଛାତ୍ର ଆନ୍ଦୋଳନ ନେଇ ଗୃହ ସରଗରମ ରହିବ ବୋଲି ଜଣାପଡିଛି। ସିଏଏ ନିଆଁ ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ଲାଗିରହିଥିବାରୁ ବିରୋଧୀ ଏହାକୁ ମୁଖ୍ୟ ପ୍ରସଙ୍ଗ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ