ଜାପାନରେ ୫.୪ ତୀବ୍ରତାର ଭୂକମ୍ପ ଅନୁଭୂତ

ଟୋକିଓ(ଏଜେନ୍ସି): ଜାପାନର କ୍ୟୁଶୁ ଦ୍ୱୀପର ଦକ୍ଷିଣ-ପୂର୍ବତଟ ସ୍ଥିତ ମିୟାଜାକି ପ୍ରାନ୍ତରରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ପ୍ରାଥମିକ ତୀବ୍ରତା ୫.୪ ରହିଥିବା ଜଣାପଡିଛି । ଜାପାନ ମୌସୁମୀ ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ, ବୁଧବାର ସକାଳ ୯.୧୧ରେ ଅନୁଭୂତ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ହ୍ୟୁଗାନାଡା ସମୁଦ୍ର ମଧ୍ୟରେ ରହିଛି । ତେବେ ଭୂକମ୍ପ ପରବର୍ତ୍ତୀ ସୁନାମି ସତର୍କତା ସୂଚନା ଜାରି କରାଯାଇନଥିବାରୁ ସ୍ଥାନୀୟ ଲୋକେ ଆଶ୍ୱସ୍ତ ହୋଇଛନ୍ତି । ଭୂକମ୍ପ ଯୋଗୁ କୌଣସି ଧନଜୀବନ କ୍ଷତି ହୋଇଥିବା ମିଳିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ