ଜାପାନର ଆକ୍ୱାରିୟମ
ପ୍ରକୃତି କୋଳରେ ସମୟ ବିତାଇବାକୁ ସମସ୍ତେ ଚାହାନ୍ତି । ଯଦି ଜଣେ ଚାହିଁବେ ସବୁ ସମୟରେ ପ୍ରକୃତି ମଧ୍ୟରେ ରହିପାରିବେ । ହେଲେ କଲ୍ ଅଫ୍ ନେଚର ସମୟରେ ତ ଏକ ବନ୍ଦ କୋଠରି ବା ନିବୁଜ ଟୟଲେଟ୍ ନିହାତି ଆବଶ୍ୟକ । କିନ୍ତୁ ଜାପାନର ଏକ କାଫେରେ ଥିବା ଟୟଲେଟ୍ରେ ଜଣେ ପ୍ରକୃତିକୁ ଖୁବ୍ ନିକଟରୁ ଦେଖିବା ସହ ଅନୁଭବ କରିପାରିବେ । କାରଣ ଉକ୍ତ ଟୟଲେଟ୍ର ତିନି ପାଶ୍ୱର୍ର କାନ୍ଥକୁ ଆକ୍ୱାରିୟମ୍ କରିଦିଆଯାଇଛି, ଯାହା ମଧ୍ୟରେ ବିଭିନ୍ନ ପ୍ରକାରର ମାଛ ସହ କଇଁଛ ଓ ଅନେକ ଜଳଜ ଉଦ୍ଭିଦ ଅଛନ୍ତି । “ହିପୋପୋ ପାପା’ ନାମକ ଏହି କାଫେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ । ଉକ୍ତ କାଫେ ପ୍ରସିଦ୍ଧ ଏକ ଡେଟିଂ ସ୍ପଟ୍ ଭାବେ । ଏହାର ମାଲିକ ଏଠାକାର ମହିଳା ଟୟଲେଟ୍କୁ ଖାସ୍ କରିବାକୁ ଚିନ୍ତା କରିଥିଲେ । ଆଉ ତାକୁ ଏକ ଆକ୍ୱାରିୟମ ରୂପ ଦେଲେ । ବର୍ତ୍ତମାନ ଏହା ସାରା ଜାପାନରେ ବେଶ୍ ଲୋକପ୍ରିୟ ହୋଇପାରିଛି । ଖାଲି ଜାପାନ ନୁହେଁ, ଏହି ଅଜବ ଟୟଲେଟ୍ ଭାବେ ସାରା ପୃଥିବୀରେ ଚର୍ଚ୍ଚିତ ହୋଇପାରିଛି । ଦୀର୍ଘ ୧୨ ବର୍ଷ ହେବ ଏହି ଆକ୍ୱାରିୟମ୍ ଟୟଲେଟ୍ ଜାପାନର ଆକାଶୀ ଅଞ୍ଚଳର ଉକ୍ତ କାଫେରେ ଅଛି । ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିଲେ ମଧ୍ୟ କାଫେର ଷ୍ଟାଫ୍ ପୁରୁଷମାନଙ୍କୁ ମଧ୍ୟ ଦେଖାଇଥାଆନ୍ତି । ଉକ୍ତ କାଫେକୁ ଅନେକେ ଉପଭୋଗ କରୁଥିବାବେଳେ କେହି କେହି ଅସହଜ ମନେକରନ୍ତି ଜଳଜୀବମାନେ ଚାହିଁ ରହିଥିବା ସମୟରେ ଟୟଲେଟ୍ ବ୍ୟବହାର କରିବାକୁ ।