ଜାପାନର ଏହି ଗାଁରେ ରୁହନ୍ତି ମାତ୍ର ୨୭ ଜଣ ଲାକ
ପାନରେ ଦିନକୁ ଦିନ ଜନସଂଖ୍ୟା ହ୍ରାସ ହେବାରେ ଲାଗିଛି । ପଶ୍ଚିମ ଜାପାନରେ ଥିବା ସିକୋକୁ ଦ୍ୱୀପରେ ଥିବା ନାଗୋର ଗାଁରେ ମାତ୍ର ୨୭ ଜଣ ଲୋକ ବାସ କରନ୍ତି । ଏଠାରେ ଜଣେ ହେଲେ ଶିଶୁ ନାହାଁନ୍ତି । କେବଳ ବୟସ୍କ ବ୍ୟକ୍ତିମାନେ ଏହି ଗାଁରେ ରହିଛନ୍ତି । ଏକା ଏକା ଜୀବନ କାଟୁଥିବା ଏହି ବରିଷ୍ଠ ନାଗରିକମାନେ ସମୟ କାଟିବାକୁ ନିଜ ଘରେ ବିଭିନ୍ନ ପ୍ରକାରର କଣ୍ଢେଇ ବା ମୂର୍ତ୍ତି ଆଣି ରଖିଛନ୍ତି । ଏଠାକାର ଜଣେ ମହିଳା ସୁକିମି ଆୟୋନ କୁହନ୍ତି ସେ ମଣିଷ ଭଳି ବଡ଼ ବଡ଼ କଣ୍ଢେଇ ତିଆରି କରି ରଖିଛନ୍ତି । କାରଣ ଏମାନଙ୍କୁ ମଣିଷ ବୋଲି ଭାବି ତାଙ୍କର ସମୟ କଟିଯାଇଥାଏ । ତେବେ ୨୭ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ରହିଛି ୨୭୦ କଣ୍ଢେଇ । ପ୍ରଥମେ ବଗିଚାରେ ରଖିବାକୁ ତିଆରି କରିଥିବା କଣ୍ଢେଇ ଏବେ ଏମାନଙ୍କ ଜୀବନ ସାଥୀ ହୋଇଯାଇଛି ବୋଲି କୁହନ୍ତି ସୁକିମି । ଏଠାରେ ସବୁଠାରୁ କମ୍ ବୟସର ବ୍ୟକ୍ତିଙ୍କ ବୟସ ହେଉଛି ୫୫ ବର୍ଷ । ଏଠାରେ ସମସ୍ତ ଲୋକେ ପ୍ରାୟ ପରିବାର ସହ ବିଦେଶ ଚାଲିଯାଉଥିବାରୁ କେବଳ ବୟସ୍କମାନେ ରହିଯାଇଛନ୍ତି । ତେବେ ଗାଁରେ ଥିବା କଣ୍ଢେଇଗୁଡ଼ିକୁ ଦେଖିବାକୁ ଏବେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଥିବା କହିଛନ୍ତି ସୁକିମି । ଆଉ ଖୁବ୍ କମ୍ ସମୟ ମଧ୍ୟରେ ଏହି ଗାଁରେ ପୁଣି ଅସଲ ମଣିଷଙ୍କ ଭିଡ଼ ହେଉ ବୋଲି ସେ ଆଶା ରଖିଛନ୍ତି ।