ଜାପାନୀ ଜ୍ୱରରେ ୧୯ ପିଲା ମୃତ
ମୁଜାଫରପୁର (ଏଜେନ୍ସି): ବିହାରର ମୁଜାଫରନଗରରେ ଜାପାନିଜ୍ ଏନ୍ସେଫାଲାଇଟିସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏହି ଜାପାନୀ ଭୂତାଣୁ ଆକ୍ରାନ୍ତ ହୋଇ ପ୍ରାୟ ୧୯ଜଣ ପିଲାଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ସହରର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସମ୍ପର୍କରେ ସୂଚନା ମିଳିଛି । ଶ୍ରୀକୃଷ୍ଣ ମେମୋରିଆଲ୍ କଲେଜ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୫ ଜଣ ପିଲା ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୪ ପିଲା ଘରୋଇ ହସ୍ପିଟାଲରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ଶ୍ରୀକୃଷ୍ଣ ମେମୋରିଆଲ୍ କଲେଜ୍ ହସ୍ପିଟାଲ୍ର କ୍ରିଟିକାଲ୍ କେୟାର୍ ୟୁନିଟ୍ର ମୁଖ୍ୟ ଡାକ୍ତର ଗୋପାଳ ସାହାଣୀ କହନ୍ତି, ଗ୍ରୀଷ୍ମ ଓ ଗୁଳୁଗୁଳି ବିଲେ ଦେହର ଝାଳ ବାଷ୍ପ ହୋଇପାରେ ନାହିଁ । ଗତ କିଛି ଦିନ ହେବ ବାୟୁମଣ୍ଡଳରେ ଆର୍ଦ୍ରତା ସ୍ତର ୫ଠ% ରହୁଛି । ନିକଟରେ ୧୫ଜଣ ପିଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୈନିକ ଏ ଭଳି ୮/୯ଟି ମାମଲା ହସ୍ପିଟାଲ୍କୁ ଆସୁଥିବା ସେ କହିଛନ୍ତି । ପ୍ରକାଶ ଯେ, ଜାପାନିଜ୍ ଏନ୍ସେଫାଲାଇଟିସ୍ ଭୂତାଣୁ ସଂକ୍ରମଣ ଜନିତ ରୋଗ । ଏଥିଯୋଗୁଁ ସାମାନ୍ୟ ଥଣ୍ଡା ଏବଂ ଜ୍ୱର ସହ ମୁଣ୍ଡବିନ୍ଧା ହୋଇଥାଏ । ପରେ ଶରୀରର ଅଧିକାଂଶ ଅଙ୍ଗପ୍ରତ୍ୟଙ୍ଗରୁ ରକ୍ତସ୍ରାବ ହେବା ସହ ପୀଡିତ ମୃତ୍ୟୁମୁଖରେ ପଡିଥାଏ ।