ଜାପାନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ନୂଆ ଦିଲ୍ଲୀ:ଜାପାନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବାରୁ ସମ୍ମାନନୀୟ ୟୋଶିଦେ ସୁଗାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜାପାନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବାରୁ ସମ୍ମାନନୀୟ ୟୋଶିଦେ ସୁଗାଙ୍କୁ ମୋର ଆନ୍ତରିକ ଅଭିନନ୍ଦନ । ବୈଶ୍ୱିକ ସହଭାଗୀତାକୁ ଏକ ଉଚ୍ଚସ୍ତରରେ ପହଞ୍ଚାଇବା ଦିଗରେ ଆମର ପାରସ୍ପରିକ ସହଯୋଗ ରହିବ ବୋଲି ମୋର ଆଶା ।