ଜାବିନିପୁର ସ୍କୁଲରେ ପୋଷାକ ବଣ୍ଟନ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତର ଜାବିନିପୁର ସ୍କୁଲରେ ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସରୋଜ କୁମାର ତରେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହାବଳେଶ୍ୱର ପଞ୍ଚାୟତର ସମିତିସଭ୍ୟ ତାରିଣୀ ପ୍ରସାଦ ସେନାପତି, ମୁଖ୍ୟ ଅତିତô ଭାବେ ଯୋଗଦେଇଥିବାବେଳେ ଶାଳଣିଆଁ ସିଆରସିସି ଯତିବ୍ରତ ସ୍ୱାଇଁ, ମହେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ସ୍ୱାଇଁ, ପରିଚାଳନା କମିଟିର ଉପସଭାପତି ଅଶୋକ କୁମାର ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସରକାରଙ୍କ ଏହି ଯୋଜନାକୁ ଉଚ୍ଚ ପ୍ରସଂଶା କରିବା ସହିତ ୮୧ଜଣ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ନାୟକ, ସହକାରୀ ଶିକ୍ଷକ ପ୍ରତୀମା ଖୁଣ୍ଟିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


