ଜାଭିୟର୍ସ ଗାଇଡ ଛାତ୍ର ଛାତ୍ରୀ ଙ୍କ ଦ୍ବାରା ବିଶ୍ୱ ଚିନ୍ତନ ଦିବସ ରେ ସଚେତନତା
ବ୍ରହ୍ମପୁର,(ଅନିଲ କୁମାର):ମୀନାକ୍ଷୀନଗର୍ ସ୍ଥିତ ଜାଭିୟର୍ସ ସ୍କୁଲ ତରଫରୁ ଶନିବାର ବିଶ୍ୱ ଚିନ୍ତନ ଦିବସ ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମାନଙ୍କ ଦ୍ବାରା ପ୍ଲାଗ କାର୍ଡ ମାଧ୍ୟମରେ ସଚେତନତା କରାଯାଇଥିଲା। ସ୍କୁଲ୍ ଅଧ୍ୟକ୍ଷ କାହୁଁ ଚରଣ ପଣ୍ଡା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ଉତ୍ସାହ ସହ ସାମିଲ ହୋଇ ଥିଲେ । ସ୍କୁଲ୍ ନିର୍ଦେଶକ ଜି ଏସ୍ ପଣ୍ଡା, ସହ ନିର୍ଦେଶକ କୁନାଲ କୌଶିକ ପଣ୍ଡା, ରାହୁଲ୍ ରାଜ ପଣ୍ଡା, ପ୍ରମୁଖ ଅତିଥି ରୂପେ ଉପସ୍ଥିତ ଥିଲେ।ଏଥିରେ ଗାଇଡ ଶିକ୍ଷୟତ୍ରୀ ରଶ୍ମିତା ଦଳାଇ ଙ୍କ ସମେତ ମିନତୀ ଷଡ଼ଙ୍ଗୀ, ଅନୁପମା ପ୍ରଧାନ, ଅରବିନ୍ଦ କୌର, ସୌମ୍ୟା ସ୍ୱାଗତିକା, ଦୀପକ, କିରଣ ଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଅନ୍ୟମାନେ ସହଯୋଗ କରିଥିଲେ।


