ଜାଭିୟର୍ସ ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀଙ୍କ ତରଫରୁ ମହାତ୍ମା ଗାନ୍ଧୀଙ୍କ କାଗଜର ଚାକପରେ ଆଙ୍କିଲେ ଅବିକଳ କଳାକୃତି
ବ୍ରହ୍ମପୁର,(ୱାଇଏନଏସ): ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ର ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ୫୦୦ଟି କାଗଜ ର ଚା କପ୍ ରେ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ଅବିକଳ କଳାକୃତି ପ୍ରସ୍ତୁତ କରାଯାଇଛି । ଏପରି କଳାକୃତି ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ମହାତ୍ମା ଗାନ୍ଧୀ ଙ୍କ ସ୍ମୁତି ଚାରଣ କରିବା ସହ ଶାନ୍ତି ର ବାର୍ତ୍ତା ପ୍ରେରଣ କରିଛନ୍ତି । ସର୍ବଦା ଗାନ୍ଧୀ ଙ୍କ ଭଳି ସତ୍ୟ ଓ ଅହିଂସାର ମାର୍ଗରେ ଯିବା ଉଚିତ୍ ବୋଲି ସଚେତନ କରାଯାଇଛି । ଏପରି କଳାକୃତି କରିବାକୁ ପିଲା ମାନଙ୍କୁ ପ୍ରାୟ ତିରିଶ ମିନିଟ ସମୟ ଲାଗି ଥିଲା, କାଗଜ କପ ରେ ତ୍ରିରଙ୍ଗା ର ତିନୋଟି ରଙ୍ଗ ଦିଆଯାଇଛି । ଛାତ୍ର ଛାତ୍ରୀ ମାନଙ୍କ ଏପରି କଳାକୃତି ଲାଗି ସ୍କୁଲ ଅଧ୍ୟକ୍ଷ ଜ୍ୟୋତି ପ୍ରକାଶ ତ୍ରିପାଠୀ, ସ୍କୁଲ ଚେୟାରମ୍ୟାନ ଗୋରୀ ଶଙ୍କର ପଣ୍ଡା, ସମ୍ପାଦିକା ପ୍ରିୟମ୍ବଦା ଦାସ, ସହ ନିର୍ଦେଶକ କୁନାଲ୍ କୌଶିକ ପଣ୍ଡା , ରାହୁଲ ରାଜ୍ ପଣ୍ଡା, ଜୋନାଲ ଏକାଡେମୀକ ଅଫିସର ଡ.ବିନାୟକ ସାହୁ , ଆମ୍ବପୂଆ ସ୍କୁଲ ଅଧ୍ୟକ୍ଷ କାହୁଁ ଚରଣ ପଣ୍ଡା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି କଳାକୃତି ଲାଗି ସ୍କୁଲର ଗାଇଡ ଶିକ୍ଷୟତ୍ରୀ ରଶ୍ମିତା ଦଳାଇ ପରାମର୍ଶ ସହ ନେତୃତ୍ୱ ନେଇ ଥିଲେ ।