ଜାମଦାରେ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଓଡ଼ିଶାର ମୟୂରଭଞ୍ଜ ସିମାନ୍ତ ଜାମଦା ବ୍ଳକର ଜାମଦା ଥାନାକୁ ଲାଗି ଶାରଦୀୟ ଦୁର୍ଗାପୂଜା ମହାସମାରୋହରେ ପାଳନ କରାଯାଉଛି ।ଏହି ପୂଜା ଦିର୍ଘ ୩୪ ଵର୍ଷ ହେଲା ଜାମଦା ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ନିରବର୍ଛିନ୍ନ ଭାବରେ ପାଳନ କରାଯାଉଛି ।ମା’ ଦୁର୍ଗତିନାଶିନୀଙ୍କ ଙ୍କ ପୂଜାରେ ସମଗ୍ର ଜାମଦା ବ୍ଲକରେ ଉତ୍ସବର ବାତାବରଣ ଦେଖାଯାଇଛି । ପ୍ରତିଦିନ ମା’ଙ୍କ ଷୋଡ଼ଶ ଦିନାତ୍ମକ ପୂଜା ପାଳିତ ହେଉଛି ।ପୂଜା ମଣ୍ଡପଟି ଆକର୍ଷଣୀୟ ତୋରଣ , ସୁସଜ୍ଜିତ ପୂଜା ମଣ୍ଡପ ଏବଂ ମା’ ଙ୍କ ମନୋଲୋଭା ମୃଣ୍ମୟ ମୂର୍ତ୍ତି ଦେଖିବାକୁ ଗ୍ରାମାଞ୍ଚଳର ସମେତ ପଡୋଶୀ ଝାଡଖଣ୍ଡ ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଶୁଅ ଛୁଟିଛି । ଦୁର୍ଗାପୂଜାକୁ ନେଇ ପୂଜକଙ୍କ ମନ୍ତ୍ର ଧ୍ଵନୀ ସାଙ୍ଗକୁ ସପ୍ତମୀ ଚଣ୍ଡୀପାଠ,,ହୋମ,କଳଶ ପୂଜାକୁ ନେଇ ଆରମ୍ଭ ହୋଇଛି ମା’ ଦୁର୍ଗାଙ୍କ ଆବାହନ । ମନ୍ଦିର କମିଟିର ସଭାପତି ଡୁମକା ହେମ୍ବ୍ରମ,ସଂପାଦକ ବାବୁଲି ବେହେରା, ବିଶିଷ୍ଟ ଧର୍ମପ୍ରାଣ ବ୍ୟକ୍ତି ସୁବାଷ ମଣ୍ଡଳ, ମନୋରଂଜନ ନାୟକ,ଅଜୟ ପ୍ରଧାନ,ବସନ୍ତ ସ୍ବାଇଁ,ମାନସିଂ ସାହୁ,ମନୋଜ ଦାସ,ଅମର ଗୋପ ,ମୁରଲି ଧର ବରାଳଙ୍କ ସମେତ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ପରିଚାଳନାରେ ସହଯୋଗ କରୁଛନ୍ତି। ସମଗ୍ର ଜାମଦା ଅଂଚଳରେ ଏକ ଭକ୍ତିମୟୀ ପରିବେଶ ହୋଇ ଉଠିଛି ।ସମସ୍ତ ଶ୍ରଦ୍ଧାଳୁଙ୍କୁ କମିଟି ତରଫରୁ ଅନ୍ନ, ପ୍ରସାଦ ବଣ୍ଟନ କରା ଯାଇଥିଲା । ଶାନ୍ତି ଶୃଙ୍ଖଳା ପାଇଁ ଜାମଦା ପୋଲିସ ତରଫରୁ କଡା କରାଯାଇଥିଲା ।


