ଜାମଦା ବିଡ଼ିଓଙ୍କ ହିଟଲର୍ ନୀତି;ଜିଲ୍ଲାପାଳଙ୍କଠାରେ ଲିଖିତ ଅଭିଯୋଗ

ରାଇରଙ୍ଗପୁର,( ଅକ୍ଷୟ କୁମାର ବିଶ୍ୱାଳ):ଓଡିଶାର ସର୍ବବୃହତମ ମୟୂରଭଂଜ ଜିଲ୍ଲାର ଜାମଦା ବ୍ଲକ ଜିଲ୍ଲାର ସବୁଠାରୁ ବିକାଶର ପଛରେ ପଛୁଆ ବ୍ଳକ ଭାବେ ଗଣିତ ।ପଛୁଆ ବ୍ଳକ ବିକାଶର ପାଇଁ ରାଜ୍ୟ ସରକାର ବହୁକିଛି ଯୋଜନା ପରେ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ହେଲେ ଅପାରଗ ଦୁର୍ନୀତିଖୋର ଅଫିସର ଓ କର୍ମଚାରୀଙ୍କ ଯୋଗୁଁ ଜାମଦା ବ୍ଳକର ବିକାଶର ରଥ ଆଗକୁ ବଢ଼ି ପାରୁନି ।ଜାମଦା ବ୍ଳକର ବିଡ଼ିଓ ହିଟଲର୍ ଶାସନ ଚଳାଇଛନ୍ତି । ସାଂପ୍ରତିକ ପରିସ୍ଥିତିରେ କରୋନା ମହାମାରୀରେ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଲୋକମାନଙ୍କ ଧନ,ଜୀବନ ସୁରକ୍ଷା ପାଇଁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିଲେ । କିନ୍ତୁ ବିଡ଼ିଓ କାଲୁ ମାଝୀ ନିଜ ଅଫିସର ଦୁଇ ଜଣ ଦୁର୍ନିତିଖୋର କର୍ମଚାରୀ ଏବଂ କିଛି ଠିକାଦାରଙ୍କ ଇଶାରାରେ ଚାଲି ସରପଞ୍ଚ ମାନଙ୍କୁ କ୍ଷମତାକୁ ନିଜେ ଅପବ୍ୟବହାର କରିଥିବାର ଜନପ୍ରତିନିଧିମାନେ ଅଭିଯୋଗ କରିଛନ୍ତି ।କୋଭିଡ ସେଣ୍ଟରରେ ରନ୍ଧା ଖାଦ୍ୟ ନ ଦେବା,ଜନ ପ୍ରତିନିଧିମାନଙ୍କୁ ଅଣଦେଖା କରିବା,ନିଜର ଅନୁଗତ ଠିକାଦାର ମାନଙ୍କୁ କାମ ଦେବା ପଛରେ ଭିତିରିଆ ରହସ୍ୟ, ବିଡ଼ିଓ ସରକାରୀ ଗୃହର ନିରାପତ୍ତା ରହି ୧୭ କିମି ଦୂର ରାଇରଙ୍ଗପୁରରେ ରହିବା, ଅଧିକାଂଶ ଦିନ ବ୍ଳକ ମୁଖ୍ୟ ଫାଟକ ବନ୍ଦ କରିବା ଫଳରେ ହିତାଧିକାରୀ ମାନେ ବ୍ଳକ ଆସି ବହୁ ଅସୁବିଧାରେ ସମ୍ମୁଖୀନ ହେବା ପରିସ୍ଥିତି ସୃଷ୍ଟି ହୋଇଛି ।ଦିର୍ଘ ଦିନ ହେଲା ବ୍ଳକରେ ଏକ ଅଚଳ ଅବସ୍ଥା ସୃଷ୍ଟି ହୋଇଛି । ଏହାକୁ ନେଇ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କ ସମେତ ବିଜେଡି,ବିଜେପି, କଂଗ୍ରେସ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚାର ଏକ ସର୍ବଦଳୀୟ କମିଟି ସମେତ ପଞ୍ଚାୟତ ସମିତି ସଦସ୍ୟମାନେ ରାଇରଙ୍ଗପୁର ଗସ୍ତରେ ଆସିଥିବା ମୟୂରଭଂଜ ଜିଲ୍ଲାପାଳ ଭିନୀତ ଭରଦ୍ୱାଜଙ୍କୁ ୯ଦଫା ଦାବି ନେଇ ଏକ ଲିଖିତ ଦାବି ପ୍ରଦାନ କରିଥିଲେ ।ଅପାରଗ ବିଡ଼ିଓଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ବଦଳି କରାଯାଉ ବୋଲି ସର୍ବଦଳୀୟ କମିଟି ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଦାବି ପ୍ରଦାନ ସମୟରେ ଜାମଦା ବ୍ଳକ ଅଧ୍ୟକ୍ଷା ମାଳତୀ ଆଳଦା, ଉପାଧ୍ୟକ୍ଷ ସଂଗ୍ରାମ ମୁର୍ମୁ, ଜିଲ୍ଲା ପରିଷଦ ସଦସ୍ୟା ଦୀପାଞ୍ଜଳୀ ନାଏକ,ସୁଖମଣି ସୋରେନ୍, ବିଜେଡିର ସୁବାସ ମଣ୍ଡଳ ଡୁମୁକା ହେମ୍ବ୍ରମ, ବିଜେପିର ବିଜୁ ଗୋପାଲ ଗୋପ,ବଂଶୀ ଦାସ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ମଙ୍ଗଲ ସିଂ ଟୁଡୁ, କାପୁରା ମୁର୍ମୁ, ପାର୍ବତୀ ପାତ୍ର,ସୁଜାତା ସୋରେନ ପ୍ରମୁଖ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ