ଜାମଦା ବ୍ଲକ ଅଞ୍ଚଳରେ ଲିଜ୍ ନେଇ ନ ଥିବା ସ୍ଥାନରୁ ପଥର ଚୋରି : ପ୍ରଶାସନ ଜାଣି ଅଜଣା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଞ୍ଜ ଜିଲ୍ଲା ଜାମଦା ତହସିଲ୍ ଅନ୍ତର୍ଗତ ବାନ୍ଦୁଦୁମା ପାହାଡ଼ରୁ ମୂଲ୍ୟବାନ ବୋଲ୍ଡର୍ ପଥର ଫୋଟାଯାଉଛି ଓ ପଥରମାଫିଆ ବିନା ଲିଜ୍ ରେ ଶ୍ରମିକମାନଙ୍କୁ ଲଗାଇ ପଥର ଫଟାଇ ବାହାରକୁ ଟ୍ରାକ୍ଟର ଯୋଗେ ଚାଲାଣ କରି ମାଲେମାଲ ହେଉଥିବା ଜଣେ ଶ୍ରମିକ ନିଜ ନାମକୁ ଗୋପନ ରଖି ସମାଜ ସେବୀ ପ୍ରଶ୍ନ କୁମାର ଶତପଥୀଙ୍କୁ ସୂଚନା ଦେଇଛନ୍ତି | ଏହି ବାନ୍ଦୁଦୁମା ପାହାଡ଼ଟି କୌଣସି ଲିଜ୍ ଧାରୀ ଲିଜ୍ ନ ନେଇ ଦିବାକାଳରେ ପଥର ଫୋଟାଇବା,ପାହାଡ଼ର ନିମ୍ନ ଭାଗର ମାଟିଗର୍ଭରୁ ପଥର ଉତ୍ତୋଳନ କରି ଏବଂ ପଥରକୁ ଫଟାଇ ବୋଲ୍ଡରରେ ପରିଣତ କରି ତଥା ମେଟାଲ ରେ ପରିଣତ କରି ବାହାରକୁ ଚାଲାଣ କରାଯାଉଥିଲେ ମଧ୍ୟ ପ୍ରଶାସନ ଜାଣି ନିରବ ରହିବା ବାନ୍ଦୁଦୁମା ଗାଁ ପ୍ରତି କ୍ଷତିକାରକ | ପାହାଡ଼ଟି ବାନ୍ଦୁଦୁମା ଗାଁକୁ ସୁନ୍ଦରତାର ପରିଚୟ ଦିଏ |ପଥର ଚାଲାଣ ହେତୁ ଅନେକ ଗଛ ନଷ୍ଟ ହେଉଛି, କେନ୍ଦୁ, ମହୁଲ ଆଦି ଗଛ ନଷ୍ଟ ହେଉଥିବା ଅଞ୍ଚଳବାସୀ କହିଛନ୍ତି | ଏହି ପରି ଜାମଦା ବ୍ଲକରେ ଲିଜ୍ ନେଇ ନ ଥିବା ସ୍ଥାନ ଗୁଡ଼ିକରୁ ମାଟି ଗର୍ଭରୁ ପଥର ଉତ୍ତୋଳନ କରିବା ସହ ଛୋଟ ଛୋଟ ପଥର ହୁଡ଼ିରୁ ପଥର ଚୋରି ହେଉଥିଲେ ମଧ୍ୟ ପ୍ରଶାସନକୁ ପଥର ମାଫିଆ ମାନେ ନିତି ନିତି ଭୂଆଁ ବୁଲାଉଥିବା ଖବରକୁ ଅସ୍ବୀକାର କରାଯାଇ ପାରୁନାହିଁ |ଜାମଦା ତହସିଲଦାର, ଆରଆଇଗଣ ଏଥିପ୍ରତି ସଚେତନ ହୋଇ ବେଆଇନ ପଥରଫଟା ଓ ଚାଲାଣକୁ ରୋକାନଗଲେ ଆସନ୍ତା ୭ବର୍ଷ ମଧ୍ୟରେ ବାନ୍ଦୁଦୁମା ପାହାଡ଼ର ରୂପ ବଦଳିଯିବା ସହ ଅନ୍ୟାନ୍ୟ ପଥର ହୁଡ଼ି ଗୁଡ଼ିକ ଲୋପ ପାଇଯିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ