ପଦ୍ମ ଛାଡ଼ି ପୁଣି ଶଙ୍ଖ ଜାବୁଡ଼ିଲେ ଜାମଦା-ବ୍ଲକ ଉପାଧ୍ୟକ୍ଷ ସାଗରାମ ମୁର୍ମୁ
ରାଇରଙ୍ଗପୁର,(ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ଜାମଦା ବ୍ଲକର ରାଜନୀତି ଘଡିକେ ଘୋଡା ଛୁଟୁଛି ।ଜାମଦା ବ୍ଲକ ଅଧ୍ୟକ୍ଷ ପଦବୀକୁ ବିଜେପି ଦଖଲରେ । ଉପାଧ୍ୟକ୍ଷ ପଦ ବିଜେପି ସମର୍ଥିତ ବଡଦୁନ୍ଦୁ ସମିତି ସଭ୍ୟଙ୍କୁ ମିଳିଥିଲା । ପରେ ମନ୍ତ୍ରୀ ଅରୁଣ ସାହୁଙ୍କ ପାଖରେ ବଡଦୁନ୍ଦୁ ସମିତି ସଭ୍ୟ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ । ଦୁର୍ଭାଗ୍ୟଵଶତଃ ସ୍ୱାସ୍ଥ୍ୟ ଖରାପ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିଲା । ବଡଦୁନ୍ଦୁ ସମିତି ସଭ୍ୟଙ୍କ ଦେହାନ୍ତ ପରେ ଜାରକାଣି ସମିତି ସଭ୍ୟ ସାଗରାମ ମୁର୍ମୁ ଗତ୨୧-୮-୨୦୧୯ରେ ବିଜେଡି ସମର୍ଥିତ ଉପାଧ୍ୟକ୍ଷ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ।ପରେ ଲକ୍ ଡାଉନ୍ ସମୟରେ କୋୖଣସି କାରଣରୁ ବିତୃଷ୍ଣା ହୋଇ ଶୁକ୍ରବାର ସଂଧ୍ୟାରେ ପଶ୍ଚିମ ମୟୂରଭଂଜ ବିଜେପି କାର୍ଯ୍ୟାଳୟ, ରାଇରଙ୍ଗପୁର ରେ ମୟୂରଭଂଜ ଲୋକସଭା ସାଂସଦ ଇଂ ବିଶେଷର ଟୁଡୁ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ନବ ନିଯୁକ୍ତ ବିଜେପି ରାଜ୍ୟ ସଂପାଦକ ନବୀନ ରାମ ଏବଂ ଅନ୍ୟ ନେତୃବୃନ୍ଦ ସମ୍ମୁଖରେ ବିଜେପିରେ ସାମିଲ ହୋଇଥିଲେ ।ତାଙ୍କୁ ନେତୃବୃନ୍ଦ ବିଜେପି ଉତ୍ତରୀୟ ଦେବାସହ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । କିନ୍ତୁ ୨୪ ଘଣ୍ଟା ନ ପୁରୁଣୁ ସେ ନିଜମନରୁ କମଲ ଚିନ୍ତାଧାରାକୁ ପ୍ରତ୍ୟାହାର କରି ନିଜର ପୁରୁଣା ଘରକୁ ବାହୁଡିଲେ । ଶନିବାର ଅପରାହ୍ନରେ ବାରିପଦା ସର୍କିଟ ହାଉସରେ ମୟୂରଭଂଜ ଜିଲ୍ଲା ବିଜେଡି ସଭାପତି ତଥା ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ,ସାରସକଣା-ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜେଡି ପ୍ରଭାରୀ ତଥା ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥହେମ୍ବ୍ରମ ଏବଂ ଅନ୍ୟ ନେତୃବୃନ୍ଦଙ୍କ ସମ୍ମୁଖରେ ନବିନ ପଟ୍ଟନାୟକ ମୋ ନେତା,ମୋର ଦଳ ବିଜେଡି ଦଳ,ମୋର ଚିହ୍ନ ଶଙ୍ଖ ଚିହ୍ନ,ଦଳରେ ଅଛି ଏବଂ ଶେଷ ନିଶ୍ବାସ ପର୍ଯ୍ୟନ୍ତ ସାଧାରଣ ଶୃଙ୍ଖଳିତ ସୈନିକ ହିସାବରେ କାମ କରିବି ବୋଲି କହିଥିଲେ । ସାଗରାମଙ୍କ ଦଳବଦଳ ରଜନୀତିଇକୁ ନେଇ ଦୁଇ ଦିନ ହେଲା ସବୁ ଖଟିରେ ଚର୍ଚ୍ଚା ଚାଲିଛି ।ବିଶେଶତଃ ଜାମଦା ବଜାରରେ ।ଲୋକସଭା ସାଂସଦ ପାଖରେ ମିଶିଲେ ରାଜ୍ୟସଭା ସାଂସଦ ପାଖରେ ଘର ବାହୁଡ଼ା ହେଲେ ।ସାଗରାମଙ୍କ ବ୍ୟକ୍ତିଗତ ସ୍ୱାର୍ଥ ନେଇ ଦୁଇ ରାଜନୈତିକ ଦଳ ନାକେଦମ ।ଖଟିରେ ଚର୍ଚ୍ଚା ହେଉଛି ସାଗରାମଙ୍କ ଏବର୍ଷ’କରୋନା’ ରଜ ପର୍ବ ତାଙ୍କ ପରିବାର ସହିତ ଖୁସିରେ କାଟିବ !


