ଜାମିଆରେ ଗୁଳିକାଣ୍ଡ : ବିକ୍ଷୋଭକାରୀ ଆହତ

ନୂଆଦିଲ୍ଲୀ : ଜାମିଆ ମାଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରେ ଜଣେ ଅଜଣା ବ୍ୟକ୍ତି ଗୁଳିଚାଳନା କରିଛି । ଏହି ଗୁଳିଚାଳନାରେ ଜଣେ ବିକ୍ଷୋଭକାରୀ ଛାତ୍ର ଆହତ ହୋଇଥିବାବେଳେ ଅଜଣା ଆତତାୟୀକୁ ପୋଲିସ୍‌ ଗିରଫ କରିଛି । ଏକ କଳା ଜ୍ୟାକେଟ୍‌ ଏବଂ ଜିନ୍ସ ପିନ୍ଧିଥିବା ଅଭିଯୁକ୍ତ ଜଣକ ୟେ ଲୋ ଆଜାଦୀ ବୋଲି ଚିତ୍କାର କରି ଛାତ୍ରଛାତ୍ରୀଙ୍କୁ ଉପରକୁ ଗୁଳି ଚଳାଉଥିବାର ନଜର ଆସିଛି । ବନ୍ଧୁକଧାରୀ ଆତତାୟୀ ଜଣକ ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କ ଆଡକୁ ଦୌଡି ଆସୁଥିବା ବେଳେ କାବୁ କରିବାକୁ ଯାଇ ଜଣେ ଛାତ୍ରଙ୍କୁ ଗୁଳି ଲାଗିଥିବା ନେଇ ଜଣେ ଛାତ୍ରୀ ଆମ୍‌ନା ଆସିଫ୍‌ ପ୍ରକାଶ କରିଛନ୍ତି । ଆତତାୟୀ ଜଣଙ୍କ ବିକ୍ଷୋଭକାରୀ ନଥିଲେ ଏବଂ ବାହାରୁ ଆସିଥିବା ନେଇ ଉପସ୍ଥିତ ଛାତ୍ରଛାତ୍ରୀ ମତ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ