ଜାମିଆ ଅସରଫୁଲ ଓଲମରେ ଚଳିତବର୍ଷ ୫ଜଣ ହାପିଜ ହୋଇଛନ୍ତି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ମେହେମୁଦାବାଦସ୍ଥିତ ଜାମିଆ ଅସରଫୁଲ ଓଲୁମରେ ୫ଜଣ କୋରାନକୁ ସମ୍ପୂର୍ଣ୍ଣ ମୁଖସ୍ତ କରି ହାପିଜ ହୋଇଛନ୍ତି । ସେମାନେ ହେଉଛନ୍ତି ମେହେମୁଦାବାଦର ମୈାଲାନା ଲିୟାକତ କାସମିଙ୍କ ପୁଅ ହାପିଜ ସେକ ଫାରାୟତ ଅଲ୍ଲୀ, ମିର୍ଜାପାଟଣାର ମୀର ଅକ୍ତରଙ୍କ ପୁଅ ହାପିଜ ମୀର ଅଝର, ବିଞ୍ଝାରପୁର କାବନାର ହାପିଜ ମହମ୍ମଦ ମୁନସମ, କୋଲକାତାର ହାପିଜ ମହାନ ମୁଜାହିଦ୍ଦିନ ଓ ଚାରିନଙ୍ଗଳର ହାପିଜ ମହମ୍ମଦ ଅଧହର । ୨ବର୍ଷ ହେବ କରୋନା ପାଇଁ ବାର୍ଷିକ ଉତ୍ସବ ହୋଇପାରୁନି । ତେଣୁ ଆଜି ସେହି ହାପିଜମାନଙ୍କ ପାଇଁ ମେହେମୁଦାବାଦ ମସଜିଦରେ ଏକ ସ୍ୱତନ୍ତ୍ର ଦୁଆ ହୋଇଛି ।