ଜାମିତିରାରେ ସାହିତ୍ୟଘରର ଶୀତ ଆସର

ହାଟଡିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଜାମିତିରା ଗ୍ରାମରେ ବିଶିଷ୍ଟ ସାହିତ୍ୟିକ ତଥା କବି ନାରାୟଣ ଚନ୍ଦ୍ର ଲେଙ୍କାଙ୍କ ଜନ୍ମଦିନ ପାଳନ ଅବସରରେ ଶୀତକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ସାହିତ୍ୟକ ଗୋବିନ୍ଦ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ବନ୍ତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ମିଶ୍ର, ତଥା ସମ୍ମାନୀତ ଅତିଥି ଭାବେ ଶିଶୁ ସାହିତ୍ୟକ ରତ୍ନାକର ଦାସ, ଜଗନ୍ନାଥ ପାତ୍ର, ବାଇଧର ମୁନି, ବନ୍ତ ସାହିତ୍ୟ ଘରର ସମ୍ପାଦକ ଭାଷ୍କର ଚନ୍ଦ୍ର ପାଢ଼ୀ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ନାରାୟଣ ଚନ୍ଦ୍ର ଲେଙ୍କା ସ୍ୱାଗତ ଭାଷଣ ଦେବାସହ ନିଜର ଜନ୍ମଦିନକୁ ସାହିତ୍ୟ ସଂସଦକୁ ଉତ୍ସର୍ଗ କରିଥିଲେ । ରମାକାନ୍ତ ଜେନା ଓ ଦାଶରଥି ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ମନୋରଞ୍ଜନ ବେହେରା, କିଶୋର ବଳ, ସୁକାନ୍ତ ବେହେରା, ଗୟାଧର ଦାସ, ରଙ୍ଗାଧର ମହୁରୀ, ଶଶିଭୂଷଣ ପୁହାଣ, ହରିହର ପାଣିଗ୍ରାହୀ, ଶଙ୍ଖାଳି ଚରଣ ରାଉଳ, ପ୍ରଫୁଲ କୁମାର ଜେନା, ସୁବାସ ଚରଣ ଜେନା, ଗୌରାଙ୍ଗ ଚରଣ ଖିଲାର, ଅସୌର୍ଯ୍ୟା ରାଉତ, ଦିପ୍ତୀ ଦେବଦର୍ଶନୀ ସୁତାର, ଅଲେଖ ଚନ୍ଦ୍ର ନାୟକ, କିର୍ତ୍ତନ ଚରଣ ଜେନା, ବାବାଜି ଚରଣ ଦଳେଇ, ଅନିଲ ଖୁଣ୍ଟିଆ, ବିଜୟ କୁମାର ବାରିକଙ୍କ ସମେତ ଅନେକ କବିମାନେ ସ୍ୱରଚିତ କବିତାମାନ ଆବୃତ୍ତି କରିଥିଲେ । ବିଜୟ କୁମାର ମଜମୁଦାର, ଟୁନା ପଣ୍ଡା, ଯୁଗଳ ରାଉତରାୟ, ରତିକାନ୍ତ ମିଶ୍ର, ଅଭିମନ୍ୟୁ ମହାନ୍ତି, ପ୍ରତାପ ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ନାହା ଗ୍ରାମର ସାଇପ୍ରକାଶ ନାୟକ ନାମକ ଜଣେ ୫ବର୍ଷର ଶିଶୁଙ୍କ ଅଙ୍ଗପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଥିଲା । ଏହି ଅବସରରେ ଯୋଗଦେଇଥିବା ସମସ୍ତ ଅତିଥି, ସାହିତ୍ୟକ ଓ କବିମାନେ ସାହିତ୍ୟକ ତଥା କବି ନାରାୟଣ ଚନ୍ଦ୍ର ଲେଙ୍କାଙ୍କ ଦୀର୍ଘାୟୁ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ