ଜାମିତୀରାରେ ସାହିତ୍ୟ ସଭା ଓ ପୁସ୍ତକ ଲୋକାର୍ପଣ ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଜାମିତୀରା ଠାରେ କବିତା ପାଠ, ପୁସ୍ତକ ଲୋକାର୍ପଣ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ରମା ଗୋବିନ୍ଦ ସଂସଦ ଆନୁକୁଲ୍ୟରେ ଶିଶୁ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ବାରିକ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ହାଟଡିହି ବ୍ଲକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ପର୍ଶୁରାମ ପେଡା, ମୁଖ୍ୟବ୍ୟକ୍ତା ଭାବେ ଗାୟକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଉଦ୍ଘାଟକ ବାଗ୍ମୀ ଗଣେଶ ପ୍ରସାଦ କରଶର୍ମା,କବି ଜଗନ୍ନାଥ ପାତ୍ର,ବିଶିଷ୍ଟ ନାଟ୍ୟକାର ଡଃ ସୁଧାଂଶୁ ଶେଖର ନାୟକ,ସାହିତ୍ୟିକ ପ୍ରଫୁଲ୍ଲ କୁମାର ଚକ୍ର,ଶିକ୍ଷାବିତ ଡଃ ଶୁଭେନ୍ଦ୍ର କୁମାର ମିଶ୍ର ପ୍ରମୁଖ ଯୋଗଦେଇ ସାହିତ୍ୟ ହେଉଛି ସମାଜର ଦର୍ପଣ, ସାହିତ୍ୟ ଦ୍ଵାରା ସମାଜରୁ କୁସଂସ୍କାର ଦୂର ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। କବି ଦାଶରଥି ଜେନା ଓ ହାସ୍ୟମୟୀ ରାଜଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ରବିନାରାୟଣ ବିଶ୍ଵାଳ, କୃଷ୍ଣ ଚନ୍ଦ୍ର ଜେନା, ସୁବୋଧ କୁମାର ସାହୁ, ପଞ୍ଚାନନ ପୃଷ୍ଟି, ମୋହନ କୁମାର ମହାନ୍ତି, ମୂରଲୀଧର ବେହେରା, ପ୍ରତିମା ସାହୁ, ନାରାୟଣ ସାହୁ, ହରିହର ସାମଲ, ସଙ୍ଖାଳି ରାଉଳ, ଯୁବରାଜ ବିଶ୍ଵାଳ, ଭାଗବତ ସାହୁ,ଅନନ୍ତ ଚରଣ ମୁଦୁଲି, ବିଦ୍ୟୁତ ପ୍ରଭା ଦେଓ, ଉମାମଣି ପାଢ଼ୀ, ପଚାଶରୁ ଉର୍ଦ୍ଧ କବି ସ୍ବରଚିତ କବିତା ପାଠ କରିଥିଲେ।ଏହି ଅବସରରେ ବରିଷ୍ଠ ନାଗରିକ ତଥା ବିଶିଷ୍ଟ ଶିଳ୍ପପତି ପର୍ଶୁରାମ ପେଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ନାରାୟଣ ଚନ୍ଦ୍ର ଲେଙ୍କାଙ୍କ ରଚିତ ‘ଜୀବନ ଫୁଲ’ କବିତା ସଙ୍କଳନକୁ ଅତିଥିମାନେ ଲୋକାର୍ପଣ କରିଥିଲେ। ପ୍ରାରମ୍ଭରେ କବି ରମାକାନ୍ତ ଜେନା ଅତିଥି ପରିଚୟ ଓ ପ୍ରଫୁଲ୍ଲ କୁମାର ଲେଙ୍କା ଉଦେଶ୍ଯ ଜ୍ଞାପନ କରିଥିବା ବେଳେ ଅର୍ପିତା ମଳିକ ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ