ଜାମିନିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା
ହାଟଡ଼ିହି, (ବିକାଶ ବିଶ୍ୱାଳ):ସରକାରୀ ପ୍ରାଥମିକ ବୀିଦ୍ୟାଳୟ ଜାମିନିପୁରର ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିବାବେଳେ ଦୌଡ, ଲମ୍ବଡିଆଁ, ଉଚ୍ଚଡିଆଁ, ଗଣିତଦୌଡ, ମିଉଜିକ ଚେୟାର ଆଦି ବିଭିନ୍ନ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିôତ ଭାବେ ଶାଳଣିଆଁ ସିଆରସିସି ଯତିବ୍ରତ ସ୍ୱାଇଁ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ବାବାଜି ଚରଣ ମାଝୀ, ସ୍ୱତନ୍ତ୍ର ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସରୋଜ କୁମାର ଭୋଇ, ସମ୍ମାନୀତ ଅତିଥି ଭାବେ ମହେଶ୍ୱର ଏମ.ଇ. ସ୍କୁଲର ପ୍ରଧାନ ଶିକ୍ଷକ ବିଜୟ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ କୃତ୍ତି ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ସହକାରୀ ଶିକ୍ଷୟତ୍ରୀ ପ୍ରତୀମା ଖଟୁଆ, ମମତା ଧଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।