ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଜନତା ଦଳର ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଯାଚିକା ଖାରଜ କରିଛନ୍ତି । ସେ ବର୍ତମାନ ଚାରା ଘୋଟାଲା ମାମଲାରେ ସଜା କାଟୁଛନ୍ତି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ନେଇ ଯାଚିକା ଆବେଦନ କରାଯାଇଥିଲା । ଲାଲୁ ପ୍ରଥମେ ଝାରଖଣ୍ଡ ହାଇକୋର୍ଟରେ ଆବେଦନ କରିଥିଲେ । ଏଠାରେ ଅଦାଲତ ଖାରଜ କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କିନ୍ତୁ ସେଠାରୁ ତାଙ୍କୁ କୌଣସୀ ଆଶ୍ୱସ୍ତୀ ମିଳି ନାହିଁ ।

ରାଂଚିର ରିମ୍ସରେ ଲାଲୁଙ୍କ ଚିକିତ୍ସା ଚାଲିଛି । ତାଙ୍କ ଜାମିନ ଯାଚିକା ଶୁଣାଣୀ ସମୟରେ ସିବିଆଇ ଏହାର ବିରୋଧ କରିଥିଲା । ଚଳିତ ନିର୍ବାଚନକୁ ଦୃଷ୍ଟିରେ ରଖି ଲାଲୁ ଏହି ଜାମିନକୁ ଭୁଲ ବ୍ୟବହାର କରି ପାରନ୍ତି । ମୁଖ୍ୟମନ୍ତ୍ରୀ ପଦବୀରେ ରହି ସେ ପଦବୀର ବହୁ ଦୂରୁପେଯାଗ କରିଛନ୍ତି ବୋଲି ସିବିଆଇ କହିଛି । ତେବେ ଚାରା ଘୋଟାଲା ମାମଲାରେ ଲାଲୁଙ୍କୁ ୨୭ ବର୍ଷ ସଜା ଶୁଣାଯାଇଛି । କିନ୍ତୁ ଏପର‌୍ୟ୍ୟନ୍ତ ସେ ଜମା ୨୦ ମାସ ସଜା କାଟିଛନ୍ତି । ହାଇକୋର୍ଟ ତାଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ପାଇଁ ଆଦେଶ ଦେଇଛନ୍ତି ।

ମୁଖ୍ୟ ଜଷ୍ଟିସ୍ ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଖଣ୍ଡପୀଠରେ ସିବିଆଇ କହିଥିଲା କି, ନିର୍ବାଚନୀ ପ୍ରଚାର ପାଇଁ ଲାଲୁ ସ୍ୱାସ୍ତ୍ୟ ଖରାପର ଆଳ ଦେଖାଉଛନ୍ତି । ତେବେ ୧୯୮୦ ପରଠାରୁ ଏଭଳି ପ୍ରଥମ ଥର ହେବାକୁ ଯାଉଛି କି, ଲାଲୁଙ୍କ ବିନା ଏଥର ନିର୍ବାଚନ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ