ଜାମୁଗାଁ ପଲିଟେକନିକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଗଣ୍ଡଗୋଳ : ୩ ଆହତ
ନାଉଗାଁ, (ଓ୍ୱାଇଏନ୍ଏସ୍) :ନାଉଗାଁ ବ୍ଳକ ଅନ୍ତର୍ଗତ ଜାମୁଗାଁ ପଂଚାୟତ କଣିପଡାଠାରେ ଥିବା ପଲିଟେକନିକ କଲେଜରେ ବ୍ଲକସ୍ତରୀୟ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରବିବାର ଅନ୍ତେବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ ବିଭିନ୍ନ ରାଜ୍ୟରୁ ଫେରିଥିବା ୧୧୮ ଜଣ ପ୍ରବାସୀ ରହୁଛନ୍ତି । ଖାଇସାରି ହାତ ଧୁଆ ଓ ବାସନ ଧୁଆକୁ ନେଇ କିଛି ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଉକ୍ତ ବଚସାରୁ ମାଡପିଟ ମଧ୍ୟ ହୋଇଥିଲା । ମାଡପିଟ ଯୋଗୁ ୩ ଯୁବକଙ୍କର ମୁଣ୍ଡ ଫାଟିଥିବା ଜଣାଯାଇଛି । ଖବର ପାଇ ଥାନାଧିକାରୀ ଗୋବର୍ଦ୍ଧନ ସାହୁ,ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ସୁନନ୍ଦନ ମହାନ୍ତି ପହଂଚି ପ୍ରବାସୀଙ୍କୁ ବୁଝାବୁଝି କରିଥିଲେ । ଆହତ ଯୁବକଙ୍କର ଚିକିତ୍ସା କରାଯାଇଥିବା ଜଣାଯାଇଛି ।