ଜାମୁଗାଁ ପଲିଟେକନିକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ୧୯କରୋନା ପଜିଟିଭ

ନାଉଗାଁ (ଓ୍ବାଇଏନ୍ଏସ୍) : ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକରେ ଚିହ୍ନଟ ହୋଇଥିବା ୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଘୋଷଣା ହେବାର କିଛି ସମୟ ହୋଇଛି କିି ନାହିଁ ନାଉଗାଁ ବ୍ଳକର ପଲିଟେକନିକ (ନୋଡାଲ) ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରୁ ୧୯ଜଣ କରୋନା ପଜିଟିଭ ସୋମବାର ଚିହ୍ନଟ ହୋଇଛନ୍ତି । ଆଗରୁ କଂଟୁଣିଆ ଉଚ୍ଚ ବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରୁ ୪ ଓ ଗଙ୍ଗଦାସ୍ଥିତ ମଉଳା ଭଣଜା ମହାବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରୁ ୧ ଜଣେ ଚିହ୍ନଟ ହୋଇଥିଲେ । ସମୁଦାୟ ବ୍ଳକରେ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚିକିତ୍ସିତ ହେଉଥିବା ୫ ଜଣ ସୁସ୍ଥ ହୋଇଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି । ବର୍ତମାନ ବ୍ଳକର ଆକ୍ଟିଭ କେଶ ୧୯ ଥିବା ଜଣାଯାଇଛି । ୧୯ ଜଣଙ୍କ ମଧ୍ୟରୁ ଶିଖର ପଂଚାୟତରୁ ୪, ଡେରିକି ୨, କୋରୁଅ ୮, ନାଉଗାଁ ୨, ତିରୁଣା ୧, ଓଷକଣା ୧, ନୁଆଗାଁ ପଂଚାୟତରୁ ୧ଜଣ ଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରେ ୨ ଜଣ ମହିଳା ବୟସ ୩୩ ଓ ୨୭ ରହିଥିବା ବେଳେ ୪ ବର୍ଷ ଶିଶୁ ରହିଛି । ସେହିପରି ଏହା ମଧ୍ୟରେ ପୁରୁଷଙ୍କ ବୟସ ୩୧ରୁ ୩୮ରେ ୫ ଜଣ, ୪୧ରୁ ୫୦ ମଧ୍ୟରେ ୯ ଜଣ ରହିଥିବା ବେଳେ ୫୯ ଓ ୭୫ ବର୍ଷ ବୟସ ଅଛନ୍ତି । ଏହି ପ୍ରବାସୀମାନଙ୍କ ମଧ୍ୟରୁ ୧୮ଜଣ ପଶ୍ଚିମବଂଗ ଫେରନ୍ତା ହୋଇଥିବା ବେଳେ ୧ ଜଣ କୋରୁଅ ପଂଚାୟତର ତାମିଲନାଡୁରୁ ଫେରିଥିବା ଜଣାଯାଇଛି । ଗତ ୧୧, ୧୨ ,୧୩ ଓ ୧୪ରେ ସଂକ୍ରମିତମାନେ ଫେରିଥିବା ବେଳେ ସେମାନଙ୍କୁ ବ୍ଳକର ସ୍ୱତନ୍ତ୍ର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରଖାଯାଇଥିଲା । ଏହି ଶିବିରରେ ମୋଟ ୧୧୮ ଜଣ ପ୍ରବାସୀ ରହିଥିବା ବେଳେ ୧୫ ତାରିଖରେ ୭୫ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଥିାଲ । ସେଥିମଧ୍ୟରୁ ୧୯ଜଣଙ୍କର ପଜିଟିଭ ଥିବା ଜଣାଯାଇଛି । ସଂକ୍ରମିତଙ୍କର କୌଣସି ଲକ୍ଷଣ ନଥିବା ସୂଚନା ମିଳିଛି । ସଂକ୍ରମିତମାନେ ପରିବାର କିମ୍ବା ଅନ୍ୟ କାହା ସହିତ ସାକ୍ଷାତ ନକରି ସିଧାସଳଖ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରହୁଥିବାରୁ ନାଉଗାଁ ବାସୀଙ୍କୁ ଆଶ୍ୱସ୍ତି ମିଳିଛି । ୧୯ ଜଣ ସଂକ୍ରମିତକୁ କେଉଁ କୋଭିଡ ହସ୍ପିଟାଲ ପଠାଯିବ ସେଥିପାଇଁ ବିଚାର ଜାରି ରହିଛି । ଘଟଣାସ୍ଥଳରେ ବିଡିଓ ରଶ୍ମୀରେଖା ମଲ୍ଲିକ, ତହସିଲଦାର ଜେ.କଳ୍ପନା, ଥାନା ଆଇଆସି ଗୋବର୍ଦ୍ଧନ ସାହୁ, ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡାକ୍ତର ସୁନନ୍ଦନ ମହାନ୍ତି, ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା ଆଦି ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ