ଜାମୁଗାଁ ପଲିଟେକ୍‌ନିକ କଲେଜର ଅସ୍ଥାୟୀ ଚିକିତ୍ସା ଶିବିରରେ ଅବ୍ୟବସ୍ଥା

ନାଉଗାଁ, (ଓ୍ବାଇଏନ୍ଏସ୍) :ନାଉଗାଁ ବ୍ଲକ ଜାମୁଗାଁସ୍ଥିତ ପଲିଟେକନିକ କଲେଜକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକସ୍ତରୀୟ ଅସ୍ୱାୟୀ ଚିକିତ୍ସା ଶିବିର (ନୋଡାଲ ଟିଏମସି) ଭାବେ ପ୍ରସ୍ତୁତ କରାଯାଇଛି । ବ୍ଲକକୁ ଆସୁଥିବା ପ୍ରବାସୀମାନଙ୍କୁ ଏଠାରେ ରଖାଯାଇ ସେମାନଙ୍କର ସ୍ୱାବ ନିଆଯିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । କିନ୍ତୁ ଏଠାରେ ବହୁ ଅବ୍ୟବସ୍ଥା ଥିବାକୁ ନେଇ ଅନ୍ତେବାସୀଙ୍କ ପକ୍ଷରୁ ବିଡିଓଙ୍କୁ ଗୁରୁବାର ଲିଖିତ ଅଭିଯୋଗ କରାଯାଇଛି ।ସୂଚନା ଅନୁସାରେ ଉକ୍ତ କଲେଜକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକସ୍ତରୀୟ ଅସ୍ଥାୟୀ ଚିକିତ୍ସା ଶିବିର ଭାବେ ଚିହ୍ନଟ କରାଯିବା ପରେ ଗତ୧୧ ତାରିଖରୁ ପ୍ରର୍ଯ୍ୟାୟ କ୍ରମେ ୧୧୮ ଜଣ ପ୍ରବାସୀ ରହିଆସୁଥିଲେ । ଏମାନଙ୍କ ମଧ୍ୟରୁ ଗତ ୧୭ ତାରିଖରେ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଫଳରେ ଉକ୍ତ ଶିବିରରେ ଏବେ୧୦୦ରୁ ଉର୍ଦ୍ଧ ଅନ୍ତେବାସୀ ରହୁଥିବା ବେଳେ ଏଥିରେ ମହିଳା ଠାରୁ ଛୋଟ ପିଲା ଆଦି ରହୁଛନ୍ତି । କିନ୍ତୁ ଶିବିରରେ ଏମାନଙ୍କ ପାଇଁ ୨୦ଟି ଶୌଚାଳୟ ଆବଶ୍ୟକ ଥିବା ବେଳେ ମାତ୍ର ୬ଟି ଶୌଚାଳୟ ରହିଛି । ଯାହାଫଳରେ ଏମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ସହିତ ଗରମ ପାଣି ପିଇବା ପାଇଁ ଶରୀର ପ୍ରତି ହିତକର ରହିଥିବା ବେଳେ ସେଭଳି ସୁବିଧା ମଧ୍ୟ କରାଯାଉନାହିଁ । ଏହାକୁ ନେଇ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣଶି ସୁଫଳ ମିଳୁ ନାହିଁ । ଏପରିକି ସରକାରଙ୍କ ନିୟମାବଳୀ ଅନୁଯାୟୀ ଖାଦ୍ୟ ଦିଆଯାଉ ନଥିବା ବେଳେ ପ୍ରତିଦନି ଗୋଟିଏ ପ୍ରକାର ଖାଦ୍ୟ ଯୋଗାଇ ଦିଆଯାଉଛି । ଯାହାକୁ ନେଇ ବୟସ୍କ ଲୋକ ଓ ଡାଇବେଟିସ ରୋଗୀମାନେ ରାତିରେ ଖାଦ୍ୟ ଭାବେ ରୁଟି ନ ପାଇବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଅନ୍ତେବାସୀଙ୍କ ପକ୍ଷରୁ ବିଡିଓଙ୍କୁ ଅଭିଯୋଗ ପତ୍ର ହ୍ୱାଟସ ଅପ ମାଧ୍ୟମରେ ପ୍ରେରଣ କରାଯାଇଛି । ଏସଂର୍ପକରେ ବିଡିଓ ରଶ୍ମୀରେଖା ମଲ୍ଲିକଙ୍କୁ ପଚାରିବାରୁ ଶିବିରରେ ରହୁଥିବା ଅନ୍ତେବାସୀଙ୍କର ସଠିକ ଯତ୍ନ ନିଆଯାଉଛି । ଠିକ ସମୟରେ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି । ଯଦି କାହାର କୌଣସି ଅଭିଯୋଗ ରହିଛି, ଏହାର ତଦାରଖ କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ