ଜାମୁମାଲ ଗ୍ରାମରେ ଜଳ ସଂକଟ ଘଟଣା ଖବର ପ୍ରକାଶିତ ପରେ ଧମକ ଦେଉଥିବା ଅଭିଯୋଗ ଆଣିଲେ ଗ୍ରାମ ବାସି

ସମ୍ବଲପୁର, (ଲିପନ ନାଏକ):ଜମନକିରା ବ୍ଲକ ବଡ଼ମାଲ ପଞ୍ଚାୟତ ଅନ୍ତର୍ଗତ ଜାମୁମାଲ ଗ୍ରାମରେ ପାଣି ସମସ୍ୟା ଖବର ଗତ ୨୫ତାରିଖରେ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହୋଇଥିଲା ପରେ ପ୍ରଶାସନିକ ଅଧିକାରୀ ଉକ୍ତ ଗ୍ରାମ କୁ ଯାଇଥିଲେ। ଗ୍ରାମର ଖରାପ ଥିବା ନଳକୂପ କୁ ମରାମତି ମଧ୍ୟ କରିଥିଲେ ହେଲେ ଏସବୁରି ଭିତରେ ଖବର ପ୍ରକାଶିତ ସମୟରେ ଗ୍ରାମବାସୀଙ୍କ ଦ୍ୱାରା ପାଣି ଆଣୁଥିବା ଗ୍ରାମର କିଛି ବ୍ୟକ୍ତିଙ୍କୁ ବିଦ୍ୟୁତ ବିଲ ବାବଦରେ ଟଙ୍କା ପ୍ରଦାନ କରୁଥିବା କୁହାଯାଇଥିବା ଅଭିଯୋଗ କୁ ଆଧାର କରି ପ୍ରଶାସନିକ ଅଧିକାରୀ ଗ୍ରାମବାସୀଙ୍କୁ ଏଭଳି କହିଲେ ଜେଲ ଯିବ ବୋଲି ଧମକ ଦେଇଥିବା ନେଇ ବର୍ତମାନ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଗ୍ରାମ ବାସି ମମତା କାଲୋ ଙ୍କ କହିବା ଅନୁଯାଇ ପ୍ରଶାସନ ଆମକୁ ପାଣି ଯୋଗାଇ ପାରୁନାହିଁ ଓ ଆମୁକୁ ଜେଲ ରେ ଭରିବା କଥା କାହିଁକି କହୁଛନ୍ତି। ଯଦି ଆମକୁ ଜେଲ ରେ ଭରିବେ ଭରନ୍ତୁ କିନ୍ତୁ ଆମକୁ ପ୍ରଥମେ ପାଣି ଦିଅନ୍ତୁ। ସେହିପରି ଗ୍ରାମର ସୁକାନ୍ତି ନାୟକଙ୍କ କହିବା ଅନୁଯାଇ ଆମେ ପୂର୍ବରୁ ଅନେକଥର ପାଣି ପାଇଁ ଅଭିଯୋଗ କରିଥିଲୁ କିନ୍ତୁ ପ୍ରଶାସନିକ ଅଧିକାରୀ ଏହାକୁ ଅବହେଳା କରିବାରୁ ଆମେ ଗଣ ମାଧ୍ୟମର ସାହାରା ନେଲୁ କିନ୍ତୁ ବର୍ତମାନ ପ୍ରଶାସନିକ ଅଧିକାରୀ ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ଗ୍ରାମବାସୀଙ୍କୁ ଡରାଇବା ଠିକ କଥା ନୁହେଁ। ଆମ ଜାମୁମାଲ ଗ୍ରାମକୁ ପାଣି ଦରକାର ପ୍ରଶାସନ ତାହା ଯୋଗାଇଦିଅନ୍ତୁ ଯେଉଁ ମାଧ୍ୟମରେ ଯୋଗାଇବେ ଯୋଗାନ୍ତୁ କିନ୍ତୁ ଗ୍ରାମବାସୀଙ୍କୁ ପାଣି ଦରକାର। ଏଭଳି ନଳକୂପ ମରାମତି କରି ଗ୍ରାମବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରନ୍ତୁ ନାହିଁ। ଗ୍ରାମରେ ଥିବା ନଳକୂପ ପାଣି ସ୍ତର କମି ଯାଇଛି ପାଣି ଗୋଲିଆ ବାହାରୁଛି ହେଲେ ପ୍ରଶାସନ କୁ ଏହା ଦିଶୁନାହିଁ କି ବୋଲି କହିଥିଲେ। ସେହିପରି ଗ୍ରାମବାସୀ ଶିବଲତା ପଟେଲଙ୍କ କହିବା ଅନୁଯାଇ ପ୍ରଶାସନ ପକ୍ଷରୁ ପାଣି ସମସ୍ୟାର ସମାଧାନ ନ କରି ଗ୍ରାମବାସୀଙ୍କୁ ଧମକ ଦେଇ ଡରାଇବା ଠିକ ନୁହେଁ ଗ୍ରାମରେ ପାଣି ସମସ୍ୟା ଅଛି ଯଥାଶୀଘ୍ର ଏହାର ସମାଧାନ କରନ୍ତୁ ଯଦି ପ୍ରଶାସନ ସମାଧାନ ନ କଲେ ଆମେ ଉଚ୍ଚ କତୃପକ୍ଷ ଙ୍କୁ ଜଣାଇବୁ ହେଲେ ପ୍ରଶାସନ ଗ୍ରାମବାସୀଙ୍କୁ ଏଭଳି ଧମକ ଦେବା କେତେ ଠିକ ନିଜ ମୌଳିକ ସମସ୍ୟାର ସମାଧାନ ପାଇଁ ସ୍ୱର ଉତ୍ତୋଳନ ପରେ ପ୍ରଶାସନିକ ଅଧିକାରୀ ଏହାର ସମାଧାନ ନ କରି ଗ୍ରାମବାସୀଙ୍କୁ ଜେଲ ହେବାର କଥା କେଉଁ ଉଦେଶ୍ୟରେ କହିଲେ ତାହା ନିହାତି ତଦନ୍ତ ହେବା ଦରକାର ଏଭଳି ହେଲେ ପ୍ରଶାସନ ଉପରୁ ଗ୍ରାମବାସୀଙ୍କ ଭରୋସା ଉଠିଯିବ। ଏ ସମ୍ପର୍କ ରେ ଜମନକିରା ବିଡ଼ିଓ ରବୀନ୍ଦ୍ର ସେଠି ଙ୍କୁ ପଚାରିବାରୁ ଖବର ପ୍ରକାଶିତ ହେବା ପରେ ଅର ଡ଼ବ୍ଲ ଏସ ଏସ ବିଭାଗୀୟ ଯନ୍ତ୍ରୀ ଉକ୍ତ ଗ୍ରାମକୁ ଯାଇଥିଲେ ଓ ନଳକୂପରୁ ଗୋଲିଆ ପାଣି ବାହାରୁଛି ଆମେ ଏହାର ସମାଧାନ ପାଇଁ ଯଥାଶୀଘ୍ର ଉଚିତ ପଦକ୍ଷେଫ ନେବୁ ଓ ବର୍ତମାନ ପାଇଁ ଉକ୍ତ ଗ୍ରାମକୁ ପାଣି ଟେଙ୍କର ଯୋଗେଇଦେବା ର ବ୍ୟବସ୍ଥା କରାଯାଉଛି। ହେଲେ ଧମକ ଦେବା କଥା ମୋ ନଜରକୁ ଆସିନାହିଁ ଯଦି ଏମିତି ହେଇଛି ତା ହେଲେ ଏହା ଠିକ କଥା ନୁହେଁ ଏହା ଏକ ନିନ୍ଦନୀୟ ଘଟଣା ବୋଲି ଜମନକିରା ବିଡ଼ିଓ ରବୀନ୍ଦ୍ର ସେଠି କହିଥିଲେ। ହେଲେ ବର୍ତମାନ ଦେଖିବାକୁ ରହିଲା ପ୍ରଶାସନ ପକ୍ଷରୁ ଜାମୁମାଲ ଗ୍ରାମକୁ କେତେ ଶୀଘ୍ର ପାଣି ଯୋଗାଇପାରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ