ଜାମ୍ମୁରେ ଆତଙ୍କୀ ହମଲା ୨ ମୃତ ,୨୮ ଗୁରୁତର
ପୁଲୱାମା ଆତଙ୍କବାଦୀ ହମଲାରେ ୪୦ ଜଣ ଯବାନ ସହିଦ ହେବା ପରେ ଭାରତ ସରକାର ତରଫରୁ କୁଟନୈତିକ ଚାପ ପାକିସ୍ତାନ ଆତଙ୍କବାଦୀ ବିରୋଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁବୋଲି ଭାରତ କହିଥିଲା । ବିଶ୍ୱବାସୀ ପାକିସ୍ତାନ ଆତଙ୍କବାଦୀ ବିରୋଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ପାକିସ୍ତାନ କୁ ଚେତାବନୀ ଦେବା ପରେ ପାକିସ୍ତାନ ସରକାର ଆତଙ୍କବାଦୀ ମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ଏହା ପରେ ଆତଙ୍କବାଦୀ ମାନେ ରକ୍ତମୁଖା ପାଲଟି ଯାଇଛନ୍ତି । ଆକ୍ରମଣ ର କିଛି ଦିନ ପରେ ଆଜି ଜାମ୍ମୁର ଜନ ଗହଳି ପୂର୍ଣ୍ଣ ବସଷ୍ଟାଣ୍ଡରେ ଆତଙ୍କବାଦୀ ମାନେ ଗ୍ରେନେଡ ମାଡ କରିଛନ୍ତି । ଏହି ବିଷ୍ପୋରଣରେ ୨ ଜଣ ନାବାଳିକ ମୃତ୍ୟୁ ବରଣ କରୁଥିବା ସମୟରେ ୨୮ ଜଣ ସାଧାରଣ ଆହାତ ହୋଇଛନ୍ତି । ଆହାତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭତ୍ତି କରାଯାଇଛି ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


