ଜାମ୍ବୁସାହିକୁ ରାସ୍ତାନାହିଁ କି ପିଇବା ପାଣି ନାହିଁ

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକ ଅନ୍ତର୍ଗତ ବଲସକୁମ୍ପା ଗ୍ରାମ ପଂଚାୟତର ନବଗୁବା (ଜାମ୍ବୁସାହି ) ରେ ପ୍ରାୟ ୧୬ରୁ ଅଧିକ ପରିବାର ବାସ କରୁଛନ୍ତି । ସ୍ୱାଧିନତାର ୭୨ ବର୍ଷ ପରେ ମଧ୍ୟ ଏହି ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ କି ପିଇବା ପାଣିର ସୁବିଧା ନାହିଁ । ଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗତ ୨୦୧୫-୧୬ ଆର୍ଥିକ ବର୍ଷରେ ଗ୍ରାମକୁ ଏକ ପକ୍କା ରାସ୍ତା ନିର୍ମାଣ ପାଇଁ ତିନି ଲକ୍ଷ ଟଙ୍କା ତ୍ରୟ ଦଶ । ଅର୍ଥ କମିଶନଙ୍କ ଦ୍ୱାରା ମଞ୍ଜୁର କରାଯାଇଥିଲା । କିନ୍ତୁ ତାହା ଏହି ଗ୍ରାମର ରାସ୍ତା ନିର୍ମାଣ ପାଇଁ ଯଥେଷ୍ଟ ହୋଇନଥିବା କାରଣରୁ ମାତ୍ର ପ୍ରାୟ ଶହେ ମିଟର ରାସ୍ତା ତିଆରି ହୋଇ ଆଉ ବାକି ରାସ୍ତା ନିର୍ମାଣ ହୋଇ ନପାରି ଆଜି ପର୍ଯ୍ୟନ୍ତ ବନ୍ଦ ହୋଇ ରହିଛି । ଗ୍ରାମକୁ ଭଲ ରାସ୍ତାଟିଏ ନଥିବା କାରଣରୁ ଜରୁରୀ କାଳୀନ ପରିସ୍ଥିତିରେ ଆମ୍ବୁଲେନ୍ସ କିମ୍ବା ଦମକଳ ଗାଡି ଆସିପାରୁନଥିବା କହୁଛନ୍ତି ଗ୍ରାମବାସୀ । ଏହି ଗ୍ରାମର ପିଇବା ପାଣିର ଅବସ୍ଥା କହିଲେ୍ ନସରେ ବିଲ ମଝିରେ ଥିବା ଏକ ଭଙ୍ଗା କୁଅରୁ ପାଣି ଆଣି ପିଉଛନ୍ତି ଗ୍ରାମବାସୀ କିନ୍ତୁ ସେହି କୁଅ ଖରା ଦିନେ ଶୁଖି ଯାଉଥିବାରୁ ହଇରାଣ ହେଉଛନ୍ତି ଗ୍ରାମବାସୀ । କୁଅଟି ବିଲମାଳ ମଝିରେ ଥିବା କାରଣରୁ କୁଅକୁ ଯିବା ପାଇଁ ରାସ୍ତା ମଧ୍ୟ ନାହଁ । ଫଳରେ ଅଧିକ ଜଳ କଷ୍ଠ ଭୋଗୁଛନ୍ତି ଗ୍ରାମବାସୀ । ଦୁଃଖରେ କଥାଯେ ସୋମବାର ଦିନ ସେହି କୁଅ ଉପରେ ପକାଯାଇଥିବା ଏକ ଇଲେକ୍ଟ୍ରି ସିମେଂଟ ପୋଲ ଉପରେ ଠିଆ ହୋଇ ଜଣେ ଝିଅ ପାଣି କାଢ଼ୁଥିବା ବେଳେ ତାହା ଭାଙ୍ଗି ଯିବାରୁ ଯେ କୁଅରେ ପଡିଯାଇଥିଲା ସଙ୍ଗେ ସଙ୍ଗେ ଗ୍ରାମବାସୀ ଦୌଡି ଆସିି କୁଅରୁ ଝିଅଟିକୁ ଉଦ୍ଧାର କରିଥିଲେ । ତେଣୁ ଖରାଦିନ ପୁର୍ବରୁ ଗ୍ରାମକୁ ମୁଖ୍ୟତଃ ପାନୀୟ ଜଳର ସୁବିଧା କରାଯିବା ସହିତ କୁଅକୁ ମରାମତି କରିବା ପାଇଁ ଦାବୀ କରିଛନ୍ତି । ଏହି ଗ୍ରାମର ହରିହର ବେହେରା,ରଥିଆ ବେହେରା,ବିଷ୍ଣୁ ବେହେରା,ପଙ୍କଜ ବେହେରା,କର୍ଣ୍ଣ ବେହେରାଙ୍କ ସମେତ ଗ୍ରାମବାସୀ ମାନେ ଦାବି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ