ଜାମ୍ମୁ ଓ କଶ୍ମୀର ବିସ୍ଥାପିତ ପରିବାର ପାଇଁ ଆର୍ଥିକ ସହାୟତା ଘୋଷଣା 

ସାମିଲ ହେବେ ବାଦ୍ ପଡ଼ିଥିବା ୫୩୦୦ ପରିବାର  ଯୁଦ୍ଧ ଓ ପଣବନ୍ଦୀ ପିଡ଼ିତଙ୍କୁ ମିଳିବ ସ୍ଥିର ରୋଜଗାର ଜାମ୍ମୁ ଓ କଶ୍ମୀରର ବିସ୍ଥାପିତ ପରିବାର ଲାଗି କେନ୍ଦ୍ର ସରକାର ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ପାକ ଅଧିକୃତ ଜାମ୍ମୁ ଓ କଶ୍ମୀର ଏବଂ ଛାମ୍ବରରୁ ବିସ୍ଥାପିତ ହୋଇଥିବା ପରିବାରଗୁଡ଼ିକୁ ଜାମ୍ମୁ ଓ କଶ୍ମୀର ପାଇଁ ୨୦୧୫ରେ ଘୋଷଣା କରାଯାଇଥିବା ପ୍ରଧାନମନ୍ତ୍ରୀ ବିକାଶ ପ୍ୟାକେଜ ଅନ୍ତର୍ଗତ ପୂର୍ବଘୋଷିତ ଥଇଥାନ ଯୋଜନାରେ ସାମିଲ କରାଯିବ । ଏଥିରେ ପୂର୍ବରୁ ରାଜ୍ୟ ବାହାରକୁ ଚାଲିଯାଇଥିବା ଏବଂ ପରେ ପୁଣି ରାଜ୍ୟକୁ ଫେରି ଅବସ୍ଥାପିତ ହୋଇଥିବା ୫,୩୦୦ ପରିବାରଙ୍କୁ ସାମିଲ କରିବା ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ ୩୦.୧୧.୨୦୧୬ରେ କେନ୍ଦ୍ର କ୍ୟାବିନେଟ ଜାମ୍ମୁ ଓ କଶ୍ମୀର ବିସ୍ଥାପିତଙ୍କ ପାଇଁ ଥଇଥାନ ପ୍ୟାକେଜ ଘୋଷଣା କରିଥିଲେ । ଲାଭ : ଏହି ଅନୁମୋଦନ ଫଳରେ ବିସ୍ଥାପିତ ପରିବାରଗୁଡ଼ିକ ବର୍ତମାନର ଯୋଜନା ଅନ୍ତର୍ଗତ ୫.୫ ଲକ୍ଷ ଟଙ୍କାର ଏକକାଳୀନ ଆର୍ଥିକ ସହାୟତା ପାଇବା ଲାଗି ଯୋଗ୍ୟ ବିବେଚିତ ହେବେ । ସେହିପରି ଏହି ଯୋଜନାର ଉଦ୍ଦେଶ୍ୟ ଅନ୍ତର୍ଗତ ସେମାନେ କିଛି ସ୍ଥିର ଆୟ ପାଇବାକୁ ଯୋଗ୍ୟ ହୋଇପାରିବେ ।  ପୂର୍ବରୁ ପାକ ଅଧିକୃତ ଜମ୍ମୁ ଓ କଶ୍ମୀରରୁ ବିସ୍ଥାପିତ ହୋଇ ଦେଶର ଅନ୍ୟ ସ୍ଥାନକୁ ଚାଲିଯାଇଥିବା ଏବଂ ପରେ ଜମ୍ମୁ ଓ କଶ୍ମୀର ରାଜ୍ୟକୁ ଫେରି ଅବସ୍ଥାପିତ ହୋଇଥିବା ୫୩୦ ପରିବାରକୁ ଏହି ପ୍ୟାକେଜରେ ସାମିଲ କରାଯାଇନଥିଲା । ଯୁଦ୍ଧ ଏବଂ ପଣବନ୍ଦୀ ଦ୍ୱାରା ପ୍ରପିଡ଼ିତ ହୋଇ ୧୯୪୭ରେ ବିସ୍ଥାପିତ ହୋଇଥିବା ଏହି ୫୩୦୦ ପରିବାର ବର୍ତମାନର ଯୋଜନାରେ ସାମିଲ ହେବା ଫଳରେ ସେମାନେ ସୁବିଧାଜନକ ମାସିକ ରୋଜଗାର ପାଇବାରେ ସଫଳ ହେବେ ଏବଂ ଆର୍ଥିକ ମୁଖ୍ୟ ସ୍ରୋତକୁ ଫେରିପାରିବେ । ଏପରି ବିସ୍ଥାପିତ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ସରକାରଙ୍କ ସାମର୍ଥ୍ୟକୁ ଏହା ମଧ୍ୟ ବୃଦ୍ଧି କରିବ । ଏହି ଯୋଜନାରେ ପୂର୍ବରୁ ମଞ୍ଜୁର ହୋଇଥିବା ପାଣ୍ଠିରୁ ଏଥିପାଇଁ ଆବଶ୍ୟକ ଅର୍ଥ  ଯୋଗାଇ ଦିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ