ଜାମ୍ମୁ ଓ କାଶ୍ମୀରରେ କଂଗ୍ରେସ ସହ ମେଣ୍ଟ କଲା ନ୍ୟାସନାଲ କନଫରେନ୍ସ

ଜାମ୍ମୁ ଓ କାଶ୍ମୀର ପାଇଁ କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ମେଣ୍ଟ ଘୋଷଣା କରିଛନ୍ତି । ଏ ସଂପର୍କରେ ଆଜି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ ଓ ନ୍ୟାସନାଲ କନଫରେନ୍ସ ନେତା ଫାରକ ଅବଦୁଲ୍ଲା ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ନିଆଯାଇଥିବା ନିଷ୍ପତ୍ତି ଅନୁସାରେ କଂଗ୍ରେସ ଜାମ୍ମୁ ଓ ଉଧମପୁରରୁ ଲଢିବାକୁ ଥିବାବେଳେ ଫାରୁକ ଶ୍ରୀନଗରରୁ ଲଢିବେ । କିନ୍ତୁ ଅନନ୍ତନାଗ ଓ ବାରାମୁଲାରେ ଉଭୟ ଦଳ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମୁକାବିଲା ହେବ ।
ଏହି ମେଣ୍ଟ ଉଭୟ ଦଳ ପାଇଁ ବେଶ ଲାଭଦାୟକ ହେବ ବୋଲି ଆଜାଦ କହିଛନ୍ତି । ତେବେ ଜାମ୍ମୁ ଓ କାଶ୍ମୀରର ଆଉ ଏକ ଆଞ୍ଚଳିକ ଦଳ ପିଡିପି କାହା ସହିତ ମେଣ୍ଟ କରିବ ନାହିଁ ବୋଲି ଘୋଷଣା କରିଛି ।
ପୂର୍ବରୁ ବିଜେପି ଉଧମପୁର-ଦୋଡାରୁ ଡଃ ଜିତେନ୍ଦ୍ର ସିଂ, ଜାମ୍ମୁ ପୁଂଚରୁ ଯୁଗଳ କିଶୋର ଶର୍ମା ଓ ବାରାମୁଲା-କୁପଓ୍ବାଡା ଲୋକସଭା ଆସନ ପାଇଁ ମହମ୍ମଦ ମକବୁଲ ଓ୍ବାରଙ୍କ ନାମ ଘୋଷଣା କରିସାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ