ଜାମ୍ମୁ କାଶ୍ମୀରରେ ୨ଜି ସେବା ଆଜିଠୁ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ପ୍ରାୟ ସାଢେ ପାଞ୍ଚ ମାସ ପରେ ସେଠାରେ ଇଣ୍ଟରନେଟ ସେବା ଉପଲବ୍ଧ କରାଇବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ତେବେ ୨୦ଟି ଯାକ ଜିଲ୍ଲାରେ ୨ଜି ସେବା ମିଳିବ ଓ ସେଥିରେ ମଧ୍ୟ ଯଥେଷ୍ଟ କଟକଣା ରହିବ। ବର୍ତ୍ତମାନ ଦେଶରେ ୪ଜି ଇଣ୍ଟରନେଟ ସେବା ଉପଲବ୍ଧ ହେଉଛି। ସୁପ୍ରିମ କୋର୍ଟ ଇଣ୍ଟରନେଟ ସେବାକୁ ଲୋକଙ୍କ ମୌଳିକ ଅଧିକାରର ଅଂଶ ବିଶେଷ ବୋଲି କହିଲା ପରେ ସରକାର ଏହି ସେବା ଯୋଗାଇ ଦେବାକୁ ବାଧ୍ୟ ହୋଇଛନ୍ତି। ତେବେ ୨ଜି ସେବା ଅତ୍ୟନ୍ତ ଧୀମା ଓ ଏହାର କୌଣସି ଉପଯୋଗିତା ଆଜିର ସମୟରେ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ