ଜାମ୍ମୁ କାଶ୍ମୀର : ଏନଆଇଏର ବଡ଼ କାର୍ଯ୍ୟାନୁଷ୍ଠାନ, ଆତଙ୍କବାଦ ପାଣ୍ଠି ମାମଲାରେ ୪୦ ରୁ ଅଧିକ ସ୍ଥାନରେ ଚଢ଼ାଉ

ଜାମ୍ମୁ, (ୱାଇଏନ୍‌ଏସ୍‌): ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ପାଣ୍ଠି ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନସି (ଏନଆଇଏ) ରାଜ୍ୟର ୪୦ରୁ ଅଧିକ ସ୍ଥାନରେ ଚଢ଼ାଉ କରିଛି । ଏହି ଆକ୍ରମଣରେ ଏନଅଇଏ ଅଧିକାରୀଙ୍କ ସହ ସିଆରପିଏଫ ଏବଂ ଜାମ୍ମୁ କାଶ୍ମୀର ପୋଲିସ କର୍ମଚାରୀ ମଧ୍ୟ ସାମିଲ ହୋଇଛନ୍ତି ।ଏନଆଇଏର ପ୍ରାୟ ୫୦ଟି ଦଳ ବର୍ତମାନ ଚଢ଼ାଉ କରୁଛନ୍ତି । ଅନେକ ସ୍ଥାନରେ ଚଢ଼ାଉ ଚାଲିଛି ଏବଂ ଚଢ଼ାଉ କରାଯାଇଥିବା ସ୍ଥାନରୁ ଡିଜିଟାଲ ଡକ୍ୟୁମେଂଟ ଜବତ କରାଯାଇଛି ।
ଋବିବାର ସକାଳେ ଅନନ୍ତନାଗ ଜିଲ୍ଲାରେ ଏନଆଇଏ ଟିମ୍ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ବିଶ୍ୱାସ କରାଯାଏ ।
ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍‌ସି ଶ୍ରୀନଗର, ଗାନ୍ଦରବାଲ, ଆଚାବାଲ, ସୋପିୟାଁ, ବାନ୍ଦିପେରା, ରାମବନ, ଡୋଡ଼ା, କିସ୍ତବାଡ଼, ରାଜୌରୀ ଏବଂ ଜାମ୍ମୁ କାଶ୍ମୀରର ଅନ୍ୟାନ୍ୟ ଜିଲ୍ଲାରେ ଚଢ଼ାଉ କରୁଛି । ଆତଙ୍କବାଦ ପାଣ୍ଠି ସମେତ ଅନ୍ୟ କେତେକ ମାମଲା ସହିତ ଏନଆଇଏର ଏହି ଆକ୍ରମଣ ହୋଇଛି । ଯେଉଁଥିରେ ଜମାତ-ଇ-ଇସଲାମି ସଂଗଠନର ସଦସ୍ୟଙ୍କ ଘରେ ମଧ୍ୟ ଚଢ଼ାଉ ଚାଲିଛି । ଏହା ବ୍ୟତୀତ ଶ୍ରୀନଗରର ନୌଗାମରେ ରହୁଥିବା ଫଲ-ଇ-ଆମ ଟ୍ରଷ୍ଟର ସଦସ୍ୟଙ୍କ ଘରେ ମଧ୍ୟ ଚଢ଼ାଉ ଚାଲିଛି । ସୂଚନାନୁସାରେ, ଶ୍ରୀନଗରର ସୋରା ନିବାସୀ ଗାଜୀ ମୋଇନ-ଉଲ-ଇସଲାମ ଏବଂ ନୌଗାମ ରେ ଫାଲାହ-ଏ-ଆମ ଟ୍ରଷ୍ଟଙ୍କ ଗରେ ଚଢ଼ାଉ କରାଯାଇଛି । ମୁସ୍ତାକ ଅହମ୍ମଦ ୱାନି ପୁତ୍ର ଗୁଲାମ ହସନ ୱାନି, ନାଜିର ଅହମ୍ମଦ ରାଇନା ପୁଅ ଗୁଲାମ ରସୁଲ ରାଇନା, ଫାରୁକ୍ ଅହମ୍ମଦ ଖାନ ପୁଅ ମହମ୍ମଦ ୟୁାକୁବ୍ ଖାନ ଏବଂ ଆଫନାକ ଅହମ୍ମଦ ମୀର, ଅନନ୍ତନାଗ ଜିଲ୍ଲାର ଅହମଦୁଲ୍ଲା ପାରେ ସ୍ଥାନରେ ଚଢ଼ାଉ ଜାରି ରହିଛି ।ଡକ୍ଟର ମହମ୍ମଦ ସୁଲତାନ ଭଟ, ଗୁଲାମ ମହମ୍ମଦ ୱାନି ଏବଂ ଗୁଲଜାର ଅହମ୍ମଦ ଶାହାଙ୍କ ସମେତ ଅନେକ ଜମାତ ନେତାଙ୍କ ବାସ ଭବନରେ ଚଢ଼ାଉ ଚାଲିଛି । ବାନ୍ଦିପୋରାରେ ପୂର୍ବତନ ଜମାତ ରାଷ୍ଟ୍ରପପତି ମହମ୍ମଦ ସିକନ୍ଦର ମଲିକଙ୍କ ପୁଅ ଅବଦୁଲ ଗାନି ମଲିକଙ୍କ ବାସଭବନରେ ଖୋଜାଖୋଜି ଚାଲିଛି ।୨୦୧୯ ରେ କେନ୍ଦ୍ର ସରକାର ପାଂଚ ବର୍ଷ ପାଇଁ ଜାମାତ-ଇ-ଇସଲାମି ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଥିଲେ । କିନ୍ତୁ ,ହା ପରେ ମଧ୍ୟ ଜାମ୍ମୁ କାଶ୍ମୀରରେ ସଂଗଠନର କାର୍ଯ୍ୟକଳାପ ଜାରି ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ