ଜାରିଟାଣ୍ଡି ଫୁଟବଲ ପ୍ରତିଯୋଗିତା ଉଦ୍ଯାପିତ
ରାଇରଙ୍ଗପୁର- ୩୦’ତମ ବାର୍ଷିକ ଏକଦିବସୀୟ ଫୁଟବଲ ପ୍ରତିଯୋଗିତା ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାର ଉଦ୍ଯାପନୀ ଉତ୍ସବରେ ମୂଖ୍ୟଅତିଥି ଭାବେ ରାଜସ୍ବ ଓ ବିପର୍ୟ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗ ଦେଇଥିଲାବେଳେ ସ୍ବତନ୍ତ୍ର ଅତିଥ ଭାବେ ସାରସକଣା ପୂର୍ବତନ ବିଧାୟକ ଭାଦବ ହାଁସଦା ମୁଖ୍ୟବକ୍ତା ଭାବେ ପୂର୍ବତନ ବିଧାୟକ ସାଇବା ସୁଶିଲ କୁମାର ହାଁସଦା ସମ୍ମାନୀୟ ଅତିଥିଭାବେ ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ,ତିରଂ ବ୍ଲକ ଜିଲ୍ଲାପରିଷଦ ସଭ୍ୟ ପରେଶ ମୁଣ୍ଡା,ବହଳଦା ବ୍ଲକ ଅଧ୍ୟକ୍ଷ ଦୁଃଖୁ ହେମ୍ବ୍ରମ,ତିରିଂବ୍ଲକ ଅଧ୍ୟକ୍ଷା ଜେମାମଣୀ ସୁଣ୍ଡି,ଶିକ୍ଷାବିତ ପ୍ରିୟବ୍ରତ ମାଝୀ,ପରିବେଶବିଦ ଚକ୍ରଧର ହେମ୍ବ୍ରମ,ହରେକୃଷ୍ଣ ମଣ୍ଡଳ,ପୂର୍ଣ୍ଣ ମାର୍ଣ୍ଡି,ସଚିନ୍ଦ୍ର ଦାସ,ଅମର ସେଠୀ,ବିଏସଫ ଅଧିକାରୀ ସନାତନ ଟୁଡୁ,ବିକ୍ରମ ହାଁସଦାଃ,ଜ୍ଞାନରଞ୍ଜନ ହେମ୍ବ୍ରମ,ଏସବିଆଇ ଅଧିକାରୀ କାଳିଚରଣ ହେମ୍ବ୍ରମ,ଭିତରାମଦା ସରପଞ୍ଚ ଜୁହି ମାହାଲି ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ।ଏହି ପ୍ରତିଯୋଗିତାରେ ଚଳିତ ବର୍ଷ ମୋଟ ୯୬’ଟି ଦଳ ପୋଡଶୀ ଝାରଖଣ୍ଡ,ବେଙ୍ଗଲ ଓ ଓଡିଶାର ବିଭିନ୍ନ ଅଞ୍ଚଳରୁ ଅଂଶଗ୍ରହଣ କରିଥିଲେ। ଡବଲ୍ ଫିଲ୍ଡରେ ୩’ଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପ୍ରବଳ ଜନସମାଗମ ହୋଇଥିଲା। ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସୁପରଷ୍ଟାର ଏଫସି ଉପରବେଡା ଦଳ ଡବଲ୍ ଖାସି ସହ ୧୦’ହଜାର ଟଙ୍କାର ପୁରସ୍କାର ରାଶିରେ ପୁରସ୍କୃତ ହୋଇଥିଲେ । ସେହିପରି ରନର୍ସଅପ ଦଳ ଭାବେ ମୁର୍ମୁଷ୍ଟାର ଏଫସି ପୁରସ୍କୃତ କରାଯାଇଥିଲା।


