ଜାରିତାଣ୍ଡି ଫୁଟଵଲ ପଡିଆ ନିକଟରେ ଆନ୍ତଃରାଜ୍ୟ ୯ ଜୁଆଡିଙ୍କୁ ମାଡି ଵସିଲା ତିରିଂ ପୋଲିସ;୨୭,୩୯୧ ଟଙ୍କ,୪ମୋବାଇଲ,ଜୁଆ ଖେଳସାମଗ୍ରୀ ଜବତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ବହଳଦା ବ୍ଳକର ଜାରିତାଣ୍ଡି ଗ୍ରାମରେ ପ୍ରଷିଦ୍ଧ ଲୋକପ୍ରିୟ ତ୍ରିଦିସୀୟ ଫୁଟବଲ ଟୁର୍ଣାମେଣ୍ଟ ରବିବାର ଠାରୁ ଶୁଭାରମ୍ଭ ହୋଇଯାଇଛି ।ଏହି ଖେଳରେ ବହୁ ଜନସମାଗମ ହୁଏ ।ଏହି ଆଦିବାସୀ ଅଧ୍ୟୁବାସୀ ଇଲାକାରେ ଲୋକଙ୍କ ସରଳତାର ସୁଯୋଗ ନେଇ ଆନ୍ତଃରାଜ୍ୟ ଜୁଆଡି ଜାଲ ବିଛାଇଥିଲା ।ଖେଳ ପଡିଆ ନିକଟରେ ଜୁଆର ଆସର ଜମାଇଥିଲେ ।କୋୖଣସି ସୂତ୍ରରୁ ଖବର ପାଇ ତିରିଂ ପୋଲିସ ରବିବାର ଅପରାହ୍ନ ୫ଟା ପାଖାପାଖି ସମୟରେ ଜୁଆକ୍ରୀଡା ଚାଲି ଥିବା ସମୟରେ ଅଚାନକ ଚଢ଼ଆଉ କରି ତିରିଂ ଅଂଚଳର ୨ଏବଂ ପଡୋଶୀ ଝାଡ଼ଖଣ୍ଡର ୭ଜଣଙ୍କୁ କାବୁ କରିବା ସହ ୨୭,୩୯୧ଟଙ୍କା ଜଵତ,ଜୁଆଖେଳ ସାମଗ୍ରି ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା ବୋଲି ତଦନ୍ତକାରୀ ଅଧିକାରୀ ଏଏସ ଆଇ ମଧୁସୂଦନ ଦତ୍ତ ସୂଚନା ଦେଇଛନ୍ତି।ଜୁଆଡି ମାନେ ହେଲେ ତିରିଂ ଅଂଚଳର ମନ ଶୁଣ୍ଢି ଏବଂ ସର୍ବେଶ୍ବର କୁମ୍ଭକାର ତଦସହ ଝାଡ଼ଖଣ୍ଡ ରାଜ୍ୟର ବାଲ୍ମୀକି କୁମ୍ଭକାର,ବିଘ୍ନେନ କୁମ୍ଭକାର, ସୁର କୁମ୍ଭକାର, ତରିଆ ପ୍ରଧାନ, ରାମସିଂ ବାରି,ଖୁଦିରାମ ସୋରେନ, ଅଭିଷେକ ପ୍ରଧାନ ।ସେମାନଙ୍କ ନାମରେ ମାମଲା କେଶ ନଂ ୮୩/୨୦ରୁଜୁ କରାଯିବା ସହ ସୋମବାର ଦିନ କୋର୍ଟ ଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ