ଜାରିତାଣ୍ଡି ର ୩୧’ତମ ବାର୍ଷିକ ପ୍ରସିଦ୍ଧ ଫୁଟବଲ ପ୍ରତିଯୋଗିତା ଉଦଯାପିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ୧୩/୧୨/୨୦;ମୟୁରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଅଞ୍ଚଳର ବହଳଦା ବ୍ଲକ ଅନ୍ତର୍ଗତ ଜାରିତାଣ୍ଡି ଠାରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ଫୁଟବଲ ପ୍ରତିଯୋଗିତା ଜୁନିୟର ବୟେଜ୍ କ୍ଲବ ଜାରିତାଣ୍ଡି ର ସଂଯୋଜନାରେ ଉଦଯାପିତ ହୋଇଯାଇଛି। ଏଠାରେ ଅନୁଷ୍ଠିତ ହୋଇଯାଇଥିବା ୩୧’ତମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେଡି ଦଳର ରାଜ୍ୟ ସଭାପତି ଡା. ଦେବାଶିଷ ମାର୍ଣ୍ଡି ଯୋଗ ଦେଇଥିଲା ବେଳେ ମୂଖ୍ୟବକ୍ତା ଭାବେ ବରିଷ୍ଠ ବିଜେଡି ନେତା ସଚିନ୍ଦ୍ର ଦାସ,ସମ୍ମାନୀୟ ଅତିଥି ଭାବେ ପୂର୍ବତନ ବିଧାୟକ ଲକ୍ଷ୍ମଣ ହେମ୍ବ୍ରମ,ବହଳଦା ବ୍ଲକ ଅଧ୍ୟକ୍ଷ ଦୁଃଖୁ ହେମ୍ବ୍ରମ, ତିରିଂ’ବ୍ଲକ ୨୧’ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ପରେଶ ମୁଣ୍ଡା,ହରେକୃଷ୍ଣ ମଣ୍ଡଳ,ମଙ୍ଗଲ ମାର୍ଣ୍ଡି,ପୂର୍ବତନ ସରପଞ୍ଚ ଖାତ୍ରୀ କିସ୍କୁ ଓ ବୁଧୁ ମାହାଲି ପ୍ରମୁଖ ଯୋଗଦେଇ ମଞ୍ଚାସୀନ ହେବା ସହିତ ପୁରସ୍କାର ବିତରଣ ସଭାରେ କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରିଥିଲେ । ଅଞ୍ଚଳର ଫୁଟବଲ ମହାକୂମ୍ଭ ଭାବେ ପରିଚିତ ଏହି ଗ୍ରାମାଞ୍ଚଳ ସ୍ତରୀୟ ବାର୍ଷିକ ଫୁଟବଲ ପ୍ରତିଯୋଗିତାରେ ଅନ୍ତଃରାଜ୍ୟ ସ୍ତରର ଦଳ ଓ ଖେଳାଳୀ ଭାଗ ନେଇଥାଆନ୍ତି ଏବଂ ଏହି ପ୍ରତିଯୋଗିତା କୁ ଉପଭୋଗ କରିବା ପାଇଁ ଦେଖଣାହାରୀ ଦର୍ଶକଙ୍କ ପ୍ରତିଯୋଗିତା ସ୍ଥଳକୁ ହଜାର ହଜାର ସଂଖ୍ୟାରେ ସୂଅ ଛୁଟି ଥାଏ । ସଂଲଗ୍ନ ଭାବେ ଥିବା ଦୁଇଟି ପଡିଆରେ ଖେଳ ଚାଲୁଥିବା ଏହି ପ୍ରତି ଯୋଗିତାରେ ପ୍ରତ୍ୟକ ବର୍ଷ ପାଖାପାଖି ୧୫୦’ ଟି ଦଳ ପ୍ରତିଯୋଗିତାରେ ଭାଗ ନେଇଥାନ୍ତି।ଚଳିତ ବର୍ଷ କୋଭିଡ୍-୧୯’ ପରିସ୍ଥିତିକୁ ଦୃଷ୍ଟିରେ ରଖି ସିମିତ ୬୪’ଟି ଦଳକୁ ନେଇ ପ୍ରତିଯୋଗିତା ଆୟୋଜିତ ହୋଇଥିଲାବେଳେ ଏଥିରେ ପଶ୍ଚିମବଙ୍ଗରୁ ଦୁଇଟି ଦଳ,ଝାଡଖଣ୍ଡ ରୁ ୨୫”ଟି ଦଳ ଏବଂ ଓଡିଶାର ବିଭିନ୍ନ ପ୍ରଦେଶରୁ ୩୭’ଟି ଦଳ ପ୍ରତିଯୋଗିତାରେ ଭାଗ ନେଇଥିଲେ।ଦୁଇ ଦିନ ଧରି ଚାଲିଥିବା ଏହି ଘମାଘଟ ପ୍ରତିଯୋଗିତାରେ ମୟୁରଭଞ୍ଜ ଜିଲ୍ଲା ତିରଂ’ ବ୍ଲକ ର ଏଦେଲ୍ ଡୁଙ୍ଗରୀ’ସାଲୋଇ ଦଳ ପ୍ରଥମ,ତିରିଂ’ବ୍ଲକ ର ନାରଗୀ ଏଣ୍ଡ ନାରଗୀ ଦଳ ଦ୍ବୀତୀୟ,ପୁରୁଧୁଲ ଷ୍ଟାର’ ଦେଓରାଓଡିହି,ଝାଡଖଣ୍ଡ ଦଳ ତୃତୀୟ ଏବଂ ନାରଗୀ ଏଣ୍ଡ ନାରଗୀ (ଏ) ଦଳ ଚତୁର୍ଥ ସ୍ଥାନରେ ରହି ପୁରସ୍କାର ବିତରଣ ସଭାରେ ଅତିଥୀ’ଙ୍କ ଠାରୁ ପ୍ରଥମ ପୁରସ୍କାର ୧’ଲକ୍ଷ,ଦ୍ବିତୀୟ ପୁରସ୍କାର ୭୦’ହଜାର,ତୃତୀୟ ପୁରସ୍କାର ୪୦’ହଜାର,ଚତୁର୍ଥ ପୁରସ୍କାର ୩୦’ହଜାର ଟଙ୍କାର ପୁରସ୍କାର ରାଶି ଗ୍ରହଣ କରିଥିଲେ।ସର୍ବତ୍ତମ ଖେଳାଳୀ ଭାବେ ଚାମ୍ପିଅନ ଏଦେଲ ଡୁଙ୍ଗରୀ ଦଳ ପକ୍ଷରୁ ଖେଳିଥିବା ନୟାଗଡ ଜିଲ୍ଲାର ଚନ୍ଦନ ନାୟକ’ଙ୍କୁ ୫’ହଜାର ଟଙ୍କା,ଶୃଙ୍ଖଳିତ ଦଳ ଭାବେ ପୁରୁଧୁଲ ଷ୍ଟାର ଦଳକୁ ୩’ହଜାର ଟଙ୍କା ଓ ଫାଇନାଲ ମ୍ୟାଚ୍ ରେ ପ୍ରଥମ ଗୋଲ ସ୍କୋରର ସୁନୀଲ ସୋରେନ୍’ଙ୍କୁ ସିଲ୍ଡ କପ୍ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ଉଦଯାପିତ ହୋଇଯାଇଥିବା ଏହି ପ୍ରତିଯୋଗିତାରେ ୯୦’ହଜାରରୁ ଉର୍ଦ୍ଧ ଦର୍ଶକ’ଙ୍କ ସମାଗମ ହୋଇଥିବା ଆକଳନ କରାଯାଇଥିଲା।ପଶ୍ଚିମବଙ୍ଗ ମେଦିନିପୁର ର ପୁରୁଷ ଓ ମହିଳା’ଙ୍କ ରେଫରୀ ଦଳ ଖେଳ ପରିଚାଳନା କରିଥିଲେ।ପ୍ରଭାସ ପାତ୍ର ଏବଂ ଦୂର୍ଗା ମୁର୍ମୁ ଇଂରାଜୀ, ହିନ୍ଦୀ, ବେଙ୍ଗଲି,ଓଡିଆ ଏବଂ ସାନ୍ତଳୀ ତଥା ହୋ ଭାଷାରେ ଅତି ସୁନ୍ଦର ଭାବେ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଜେବିସି ଜାରିତାଣ୍ଡି କ୍ଲବ ର ସଭାପତି ମାଇଦାଶ ମୁର୍ମୁ,ଉପସଭାପତି ଚୈତନ ହାଁସଦାଃ,ସଂପାଦକ ବିରାମ ମୁର୍ମୁ,ସହ ସଂପାଦକ କାଳୀଚରଣ ହେମ୍ବ୍ରମ,ରାମକ୍ରୀଷ୍ଣ ହେମ୍ବ୍ରମ,ରମେଶଚନ୍ଦ୍ର ହାଁସଦାଃ,ବିରିଯା ହାଁସଦାଃ,ଫକୀର ହେମ୍ବ୍ରମ ଓ ଉଦୟଚନ୍ଦ୍ର ମାର୍ଣ୍ଡି ପ୍ରମୁଖ’ଙ୍କ ସମେତ କ୍ଲବ ର ସଦସ୍ୟ ମାନେ ଖେଳ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ।


